ହକି ବିଶ୍ୱକପ ଭାରତୀୟ ଦଳରେ ସାମିଲ ଦୁଇ ଓଡ଼ିଆ ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌) : ହକି ବିଶ୍ୱକପରେ ଭାରତୀୟ ଦଳରେ ସାମିଲ ଦୁଇ ଓଡ଼ିଆ ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା । ଅମିତ ରୋହିଦାସ ଓ ନିଳମ୍‌ ସଞ୍ଜୀପ ଖେସଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ମିଳିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମିତ ରୋହିଦାସ ବର୍ତ୍ତମାନ ଉପ ଅଧିନାୟକ ଅଛନ୍ତି ।

ସେ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ଦଳର ସଦସ୍ୟ ବି ରହିଥିଲେ । ଭାରତୀୟ ଦଳର ଡିଫେଣ୍ଡର ଅମିତ ରୋହିଦାସ । ମୋଟ୍‌ ୧୨୭ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୮ଟି ଗୋଲ୍‌ ଦେଇଛନ୍ତି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ପୁଅ ନିଲମ୍‌ ସଞ୍ଜୀପ ଖେସ । ଏଯାଏ ୩୦ଟି ମ୍ୟାଚ୍‌ରୁ ସେ ଦେଇଛନ୍ତି ୫ଟି ଗୋଲ୍‌ । ଘରୋଇ ପରିବେଶରେ ଦୁହେଁ ଖେଳୁଥିବାରୁ ଅମିତ ରୋହିଦାସ ଓ ନିଲମ୍‌ ସଞ୍ଜୀପ ଖେସ୍‌ଙ୍କ ପାଖରୁ ଭଲ ପ୍ରଦର୍ଶନ ଆଶା କରୁଛନ୍ତି ହକି ପ୍ରେମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.