ଗଜପତିବାସୀଙ୍କୁ ମିଳିଲା ସେବା: ଗଡିଲା ଲକ୍ଷ୍ମୀ ବସ୍ , ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ । ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ। ଜିଲ୍ଲାର ୭ଟି ବ୍ଲକରେ ବସ୍ ସେବା ଯୋଗାଇବ ।

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ । ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ। ଜିଲ୍ଲାର ୭ଟି ବ୍ଲକରେ ବସ୍ ସେବା ଯୋଗାଇବ ।

ପ୍ରଥମ ପର୍ଯ୍ୟାୟରେ ସରକାର ୩୬ଟି ବସ୍ ଯୋଗାଇଛନ୍ତି । ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଲକାନଗିରି ପରେ ଗଜପତିରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି । ଏହି ସେବା ୭ଟି ବ୍ଲକର ୧୨୬ ପଞ୍ଚାୟତରେ ମିଳିବ । ଏହି ସବୁ ପଞ୍ଚାୟତରେ ବିକାଶର ଧାରା ଆରମ୍ଭ ହେବ । ଯୋଗାଯୋଗ ବିକାଶର ଆଧାର । ସାରା ରାଜ୍ୟରେ ହଜାରରୁ ଅଧିକ ଲକ୍ଷ୍ମୀ ବସ୍ ଚାଲିବ ।

ତେବେ ଜିଲ୍ଲାର ସାତୋଟି ବ୍ଲକର ଉପାନ୍ତ ପଞ୍ଚାୟତ ଗୁଡ଼ିକରୁ ବ୍ଲକ ସଦର ମହକୁମାକୁ ଗଢ଼ିବ ଏହି ଲକ୍ଷ୍ମୀ ବସ। ଯାତାୟାତର ସୁବିଧା ପାଇବେ ଗ୍ରାମାଞ୍ଚଳର ଜନସାଧାରଣ। ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇବ। ସୁଗମ ହେବ ଗମନାଗମନ। ଏନେଇ ଚୁଡାନ୍ତ ହୋଇଛି ବସ ଗଢ଼ିବାର ରାସ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.