କରୋନା ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ଦେଇଛନ୍ତି ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । କଣ୍ଟେନ୍‌ମେଣ୍ଟ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ । ସେହି ଅଞ୍ଚଳରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଥାନୀୟ ପ୍ରଶାସନକୁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବେ ସ୍ଥାନୀୟ ପ୍ରଶାସନ । ସର୍ଭେ କରୁଥିବା କର୍ମଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନଦେବେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏହି ସୂଚନା ଦିଆଯାଇଛି । କିମସ୍‌ କୋଭିଡ଼ ହସପିଟାଲ କାର୍ଯ୍ୟକ୍ଷମ ହୋଇଛି । କିମସରେ ୧୪ ଜଣ ଚିକିତ୍ସିତ ହେଉଛନ୍ତି । ସେହିଭଳି ରାଉରକେଲା ହାଇଟେକ୍‌ କୋଭିଡ଼ ହସପିଟାଲ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.