Below header

କୋଟିଆ ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲା ଓଡ଼ିଶା

କେନ୍ୟୁଜ୍(ବ୍ୟୁରୋ): କୋଟିଆ ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ମାମଲା ରୁଜୁ। କୋଟିଆରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଓଡ଼ିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରିଛନ୍ତି। ସୁପ୍ରିମକୋର୍ଟରେ ନିିର୍ଦ୍ଦେଶର ଅବମାନନା ନେଇ ଓଡ଼ିଶା ସରକାର ମାମଲା ରୁଜୁ କରିଛନ୍ତି। ୧୯୬୮ ଓ ୨୦୦୬ରେ କୋଟିଆରେ ସ୍ଥିତାବସ୍ଥାର ନିର୍ଦ୍ଦେଶ ଅବମାନନା ନେଇ ମାମଲା ଦାୟର ହୋଇଛି।

ଆଇନଜୀବୀ ଶିବଶଙ୍କର ମିଶ୍ର ଓଡ଼ିଶା ସରକାରଙ୍କ ପକ୍ଷରୁ ମାମଲା ରୁଜୁ କରିଛନ୍ତି। ଏଥିରେ ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ, ବିଜୟନଗରମ୍‌ ଜିଲ୍ଲାପାଳ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.