Below header

ପୁରୀ ରଘୁନନ୍ଦନ ପାଠାଗାର ପାଇଁ ୫ କୋଟି ଟଙ୍କା ମଞ୍ଜୁର, ଏମାର ମଠର ଜମିରେ ହେବ ପାଠାଗାର

ପୁରୀ ରଘୁନନ୍ଦନ ପାଠାଗାର ପାଇଁ ୫ କୋଟି ଟଙ୍କା ମଞ୍ଜୁର । ଅତ୍ୟାଧୁନିକ ପାଠାଗାର ପ୍ରତିଷ୍ଠା ପାଇଁ ୫ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏମାର ମଠର ଜମିରେ ପାଠାଗାର ହେବ । ଏଠାରେ ଅନେକ ପାଣ୍ଡୁଲିପି ରହିବା ସହ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ପୁସ୍ତକ ସ୍ଥାନ ପାଇବ । ମଠରେ ଥିବା ପାଣ୍ଡୁଲିପି ଓ ପୁସ୍ତକ ବୈଷୟିକ ବିଶେଷଜ୍ଞଙ୍କ ଦ୍ୱାରା ସଂରକ୍ଷଣ ହେବ । ସେପଟେ ଶ୍ରୀମନ୍ଦିରର ୭୫ ମିଟର ପରିସୀମା ବାହାରେ କୈଣସି ଉଚ୍ଛେଦ କାମ ହେବ ନାହିଁ ବୋଲି ଜିଲ୍ଲାପାଳ ସ୍ୱଷ୍ଟ କରିଛନ୍ତି । ପୁରୀରେ ଉଚ୍ଛେଦ ପ୍ରକ୍ରୀୟା ନେଇ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଥିବାରୁ ଜିଲ୍ଲାପାଳ ଏହି ପ୍ରତିଶୃତି ଦେଇଛନ୍ତି ।

 

ସେପଟେ ଲଂଗୁଳି ମଠ ଓ ଏମାର ମଠ ଉଚ୍ଛେଦ ପରେ ଆସନ୍ତା ୩ ତାରିଖରେ ବଡ ଆଖଡା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ । ପରେ ସାନଛତ ମଠର ମଧ୍ୟ ଉଚ୍ଛେଦ କାର୍ଯ୍ୟ ହୋଇପାରେ ବୋଲି ସୂଚନା ମିଳିଛି । ତେବେ ଏହି ମଠରୁ ଉଚ୍ଛେଦ ହୋଇଥିବା ୮୧ ଜଣ ଦୋକାନୀଙ୍କୁ ସଂପୂର୍ଣ୍ଣ ଭାବେ ଥଇଥାନ କରାଯିବ । ଆଜି ୨୬ ଜଣ ଦୋକାନୀଙ୍କୁ ଜଗନ୍ନାଥ ବଲ୍ଲଭ ମଠ କ୍ରାଫ୍ଟ କଂପ୍ଲେକ୍ସରେ ଦୋକାନ ଆବଣ୍ଟନ କରାଯାଇଛି । ଅନ୍ୟମାନଙ୍କୁ ପର୍ଯ୍ୟାୟ କ୍ରମେ ଜେଲ ରୋଡ, ହବିଷ୍ୟାଳୀ ସେଷ୍ଟର, କିମ୍ବା ନବନିର୍ମିତ ମାର୍କେଟ କଂପ୍ଲେକ୍ସରେ ଦୋକାନ ଆବଣ୍ଟନ କରାଯିବ । ଯେଉଁମାନେ ଭଡାରେ ଅନ୍ୟ କେଉଁଠାରେ ଦୋକାନ କରିବାକୁ ଚାହିଁବେ ସେମାନଙ୍କୁ ମଧ୍ୟ ସାହାର୍ଯ୍ୟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.