ସରକାରଙ୍କୁ ଜିଏସଟି ଝଟ୍‌କା, ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍‌ ହୋଇଛି ଜିଏସଟି ଆଦାୟ

ସରକାରଙ୍କୁ ଜିଏସଟି ଝଟ୍‌କା। ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍‌ ହୋଇଛି ଜିଏସଟି ଆଦାୟ। ଆଜି ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ୯୮ ହଜାର ୨୦୨ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି। ଜୁଲାଇ ମାସରେ ଏହି ପରିମାଣ ଥିଲା ୧ ଲକ୍ଷ ୨ ହଜାର କୋଟି ଟଙ୍କା। ତେବେ ଗତବର୍ଷ ଅଗଷ୍ଟ ତୁଳନାରେ ଏବର୍ଷ ଅଗଷ୍ଟ ମାସରେ ଅଧିକ ୪.୫ ପ୍ରତିଶତ ଜିଏସଟି ଆଦାୟ ହୋଇଛି। ଗତବର୍ଷ ଅଗଷ୍ଟରେ ୯୩ ହଜାର ୯୬୦ କୋଟି ଟଙ୍କା ଆଦାୟ ହୋଇଥିଲା। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଜିଏସଟି ଆଦାୟ ୧ ଲକ୍ଷ କୋଟିରୁ କମ୍‌ ହୋଇଛି। ଗତ ଜୁନ ମାସରେ ୧ ଲକ୍ଷ କୋଟିରୁ କମ୍‌ ଟିକସ୍‌ ଆଦାୟ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.