Below header

ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଫେରିବା ପାଇଁ ପ୍ରବାସୀଙ୍କୁ ଯୋଗାଇ ଦିଆଯିବ ଇ-ପାସ

 ଭୁବନେଶ୍ୱର(କେ ନ୍ୟୁଜ) : ଓଡ଼ିଶାରେ ଫସିରହିଥିବା ଅନ୍ୟ ରାଜ୍ୟ ବାସୀ ଯିବା ପାଇଁ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଯେଉଁ ମାନେ ନିଜ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନ ମାଧ୍ୟମରେ ଇ-ପାସ ପାଇଁ ଆବେଦନ କରିପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଅନଲାଇନ ବ୍ୟବସ୍ଥାରେ ସେମାନଙ୍କୁ କୌଣସି ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ । ରାଜ୍ୟ ସରକାରଙ୍କ କୋଭିଡ-19 ।

ୱେବସାଇଟରେ ପଞ୍ଜୀକରଣ କରି ନିଜ ମୋବାଇଲରେ ପାଇପାରିବେ ଇ-ପାସ। ଏଥିପାଇଁ ଆବେଦନକାରୀ ନିଜ ନାଁ, ଗନ୍ତବ୍ୟ ସ୍ଥଳ ଓ ଗାଡ଼ିର ବିବରଣୀ ଆଦି ଦେଇ covid19.odisha.gov.in ୱେବ ସାଇଟରେ ଆବେଦନ କରିପାରିବେ। ପରେ ଏବାବଦ ସୂଚନା ଏସଏମଏସ ଓ ଇମେଲ ଯୋଗେ ଯୋଗାଇ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.