Below header

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ହେବ ସକାଳୁଆ

ଏପ୍ରିଲ ୨ ତାରିଖରୁ ହେବ ସକାଳୁଆ ସ୍କୁଲ । ନିର୍ଦ୍ଦେଶ ଦେଲେ ସରକାର । ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ୟୁଜ (ବ୍ୟୁରୋ) : ଏପ୍ରିଲ ୨ ତାରିଖରୁ ହେବ ସକାଳୁଆ ସ୍କୁଲ । ନିର୍ଦ୍ଦେଶ ଦେଲେ ସରକାର । ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ସବୁ ସ୍କୁଲ ହେବ ସକାଳୁଆ । ସକାଳ ୭ଟାରୁ ପୂର୍ବାହ୍ନ ୧୧ ଟା ୩୦ ଯାଏ ସ୍କୁଲ ଚାଲିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ସରକାରୀ, ବେସରକାରୀ , ଅନୁଦାନ ପ୍ରାପ୍ତ, ଅଣଅନୁଦାନପ୍ରାପ୍ତ ସ୍କୁଲରେ ଏହା ଲାଗୁ ହେବ । ଏହା ସହ ସ୍କୁଲରେ ଗ୍ରୀଷ୍ମ ମୁକାବିଲା ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ମହଜୁଦ ରଖାଯିବ । ବିଶୁଦ୍ଧ ପାନୀୟ ଜଳ ସହ ଓଆରଏସ ଏବଂ ଅନ୍ୟ ସାମଗ୍ରୀ ମହଜୁଦ ରଖାଯିବ । ଖରାର ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଏହା ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶାରେ ତାପମାତ୍ରା ବଢ଼ିବ ବୋଲି ପୂର୍ବରୁ ପାଣିପାଗ ବିଭାଗ ସତର୍କ କରାଇଥିଲା । ଏବେ ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ଟପିଥିବା ବେଳେ ଆଗକୁ ଏହା ଆହୁରି ବୃଦ୍ଧି ପାଇବ ବୋଲି କହିଛି ପାଣିପାଗ ବିଭାଗ ।  ଏହାକୁ ଦୃଷ୍ଟିରେ ରଖି ସରକାର ସକାଳୁଆ ସ୍କୁଲ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.