Below header

ମହାନଦୀରେ ଖୋଜୁଥିଲେ ରତ୍ନ ପଥର, ଚାଲିଗଲା ଶ୍ରମିକଙ୍କ ପ୍ରାଣ

ବୌଦ୍ଧ କୁଲାରୀକୁଦା ମହାନଦୀରେ ଚାଲିଥିଲା ରତ୍ନ ପଥର ଖୋଜା। ହେଲେ ଏହି ରତ୍ନ ପଥର ଖୋଜୁ ଖୋଜୁ ଏତେ ବଡ଼ ଅଘଟଣ ଘଟିଯିବ ସେ ବିଷୟରେ ସ୍ୱପ୍ନରେ ବି ସୁଦ୍ଧା କେହି ଭାବି ନଥିଲେ । କିନ୍ତୁ ପଥର ସନ୍ଧିରେ ଗାତ କରି ପଥର ଖନନ ପ୍ରକ୍ରିୟା ଚାଲିଥିବା ବେଳେ ଘଟି ଯାଇଛି ବଡ଼ ଧରଣର ଅଘଟଣ।

ବୌଦ୍ଧ: ବୌଦ୍ଧ କୁଲାରୀକୁଦା ମହାନଦୀରେ ଚାଲିଥିଲା ରତ୍ନ ପଥର ଖୋଜା। ହେଲେ ଏହି ରତ୍ନ ପଥର ଖୋଜୁ ଖୋଜୁ ଏତେ ବଡ଼ ଅଘଟଣ ଘଟିଯିବ ସେ ବିଷୟରେ ସ୍ୱପ୍ନରେ ବି ସୁଦ୍ଧା କେହି ଭାବି ନଥିଲେ । କିନ୍ତୁ ପଥର ସନ୍ଧିରେ ଗାତ କରି ପଥର ଖନନ ପ୍ରକ୍ରିୟା ଚାଲିଥିବା ବେଳେ ଘଟି ଯାଇଛି ବଡ଼ ଧରଣର ଅଘଟଣ। ଖନନ କାର୍ଯ୍ୟ କରୁଥିଲେ ଜଣେ ଶ୍ରମିକ ହେଲେ ଦୁର୍ଭାଗ୍ୟବଶତଃ ତାଙ୍କ ଉପରେ ଖସି ପଡ଼ିଲା ଏକ ବିଶାଳକାୟ ପଥର । ଯାହା ଫଳରେ କାର୍ଯ୍ୟରତ ଶ୍ରମିକଙ୍କର ଘଟଣାସ୍ଥଳରେ ଚାଲିଗଲା ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଯାଇଛି ବୌଦ୍ଧ ଜିଲ୍ଲା କୁଲାରୀକୁଦା ଘାଟିରେ ।

ତେବେ ସୌଭାଗ୍ୟବଶତଃ ସେହି ସମୟରେ ଖାଇବା ପାଇଁ ଅନ୍ୟ ସ୍ଥାନକୁ ପଳାଇ ଯାଇଥିଲେ ୧୦ ରୁ ୧୨ ଜଣ ଶ୍ରମିକ । ପଥରରେ ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇ ଲୋଡ଼ାଗଲା ଅଗ୍ନିଶମ ବାହିନୀର ସହାୟତା । ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ । ହେଲେ ଏତେବଡ଼ ବିଶାଳକାୟ ପଥରକୁ ହଟାଇବାରେ ଅସଫଳ ହୋଇଥିଲା ଅଗ୍ନିଶମ ବାହିନୀ । ପରେ JCP ମେସିନ୍ ସାହାଯ୍ୟରେ ଉଦ୍ଧାର କରାଗଲା ।

ଆଉ ତାଙ୍କୁ ସଙ୍ଗେ ସଙ୍ଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶ୍ରମିକଙ୍କ ନାଁ ସୁଶାନ୍ତ ଝାଙ୍କର ବୋଲି ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରମିକ ସୁଶାନ୍ତଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇ ଅଧିକ ତଦନ୍ତ କରାଯାଉଛି । ତେବେ ଏହି ଘଟଣାଟି ଶୁକ୍ରବାର ଅପରାହ୍ନ ଗୋଟାଏ ସମୟରେ ଘଟିଥିବା ବେଳେ ମାତ୍ର ଘଟଣାକୁ ଚାପିଦେବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି । ଆଇନ ଆଖିରେ ଧୂଳିଦେଇ ଶ୍ରମିକଙ୍କ ଦ୍ୱାରା ମହନଦୀରୁ ଦୁର୍ମୂଲ୍ୟ ରତ୍ନପଥର ଖନନ କରି ନିଜର କଳା ବ୍ୟବସାୟ ଚଳାଇଥିବା ମାଫିଆଙ୍କ ନାଁ ଓ ଅସଲ ଗୁମର ପଦାରେ ପଡ଼ିଯିବ, ଏହି ଭୟରେ ଏହାକୁ ଗୋପନ ରଖାଯାଇ ଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.