Below header

ଆଜିଠୁ ମାସ୍କ ନପିନ୍ଧିଲେ ଘରୁ ବାହାରିବା ମନା, ସାରା ରାଜ୍ୟରେ କଡାକଡି ଭାବେ ପାଳନ ହେବ ଏହି ନିୟମ

ଭୁବନେଶ୍ବର: ଆଜିଠୁ ମାସ୍କ ନପିନ୍ଧିଲେ ଘରୁ ବାହାରିବା ମନା । ସାରା ରାଜ୍ୟରେ କଡାକଡି ଭାବେ ଏହି ନିୟମ ପାଳନ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କାଶ କିମ୍ବା ଛିଙ୍କିବା ବେଳେ ଭୂତାଣୁ ସଂକ୍ରମଣ ବ୍ୟାପୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

Virus Outbreak କରୋନା ସଂକ୍ରମଣ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୨୪ ପ୍ରାବଧାନ ଅନୁସାରେ ଯେକୌଣସି କାମ ପାଇଁ କେହି ଘରୁ ବାହାରିଲେ ମୁହଁ ନାକକୁ ମାସ୍କରେ ଘୋଡ଼ାଇ ରଖିବା ଜରୁରୀ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଲୋକ ନିଜ ମୁହଁ ଓ ନାକକୁ ଘୋଡ଼ାଇବା ପାଇଁ ରୁମାଲ କିମ୍ବା ଅନ୍ୟ କୌଣସି କପଡାକୁ ଦୁଇ ଥାକିଆ କରି ମୁହଁରେ ବାନ୍ଧିବେ । ଏଥିପ୍ରତି କଡ଼ା ଦୃଷ୍ଟି ଦେବାକୁ ସବୁ ଜିଲ୍ଲା ଓ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.