ଲକଡାଉନ୍ ସମୟରେ ପୋଲିସ ଗାଡିରେ ପିଲାଜନ୍ମ ଦେଲେ ମହିଳା

ସାରା ଦେଶ ବର୍ତ୍ତମାନ୍ ଲକ୍ ଡାଉନ୍ ହୋଇରହିଛି । ତେବେ ଏହା ମଧ୍ୟରେ ଦିଲ୍ଲୀର ଜଣେ ମହିଳା ଏକ ପୋଲିସ ଭ୍ଯାନ ମଧ୍ୟରେ ପିଲା ଜନ୍ମ ଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ତେବେ ଜଣେ ଗର୍ଭବତୀ ମହିଳାଙ୍କୁ ପୋଲିସ ଗାଡିରେ ଡାକ୍ତରଖାନା ନିଆଯାଉଥିବା ବେଳେ ସେ ଗାଡି ଭିତରେ ପିଲା ଜନ୍ମ ଦେଇଛନ୍ତି ବୋଲି ସୂଚନା ମିଳିଛି ।

ପୋଲିସର କହିବା ଅନୁଯାୟୀ ଗତକାଲି ସଂନ୍ଧ୍ୟା ପ୍ରାୟ ୭.୩୦ ସମୟରେ ଜଣେ ମହିଳା ପୋଲିସ ଏବଂ ଆମ୍ବୁଲାନ୍ସର ସାହାଯ୍ୟ ପାଇଁ ପିସିଆରକୁ ଫୋନ କରିଥିଲେ । ତେବେ ଏହିି ଫୋନ ପାଇବା ମାତ୍ରେ ମୁବାରକପୁର ଥାନାର ଏଏସ୍ଆଇ କନେଷ୍ଟବଳଙ୍କ ସମେତ ପୋଲିସ ଜିପ୍ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ସେ ପ୍ରସବ ଯନ୍ତ୍ରଣାରେ ପୀଡିତ ଥିବା ୨୮ ବର୍ଷୀୟା ମଞ୍ଜରିଙ୍କୁ ଗାଡିରେ ବସାଇ ତୁରନ୍ତ ସଫଦରଗଞ୍ଜ ହସ୍ପିଟାଲ ବାହାରି ପଡିଥିଲେ କିନ୍ତୁ ହସ୍ପିଟାଲରେ ପହଁଞ୍ଚିବା ପୂର୍ବରୁ ମହିଳା ଜଣକ ରାସ୍ତାରେ ହିଁ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ଏହାପରେ ପୋଲିସ ତୁରନ୍ତ ମା ଓ ପିଲାଙ୍କୁ ନେଇ ହସ୍ପିଟାଲରେ ଆଡମିଟ କରାଇଥିଲେ । ସୁଚନା ଅନୁଯାୟୀ ମହିଳା ଏବଂ ତାଙ୍କ ପିଲା ବର୍ତ୍ତମାନ୍ ସୁସ୍ଥ ଅଛନ୍ତି ।

Amid lockdown, a woman gives birth to a baby girl in Delhi Police Gypsy

 

ଲକ୍ ଡାଉନ୍ ପରେ ଏବେ ପୋଲିସ କଣ୍ଟ୍ରୋଲ ରୁମକୁ ସାହାଯ୍ୟ ପାଇଁ କଲ ଆସିଥାଏ । ତେବେ ସୂଚନା ଅନୁଯାୟୀ ଲକ୍ ଡାଉନ୍ ପରଠାରୁ ଦିଲ୍ଲୀ ପୋଲିସର ପିସିଆର ଭ୍ଯାନରେ ବର୍ତ୍ତମାନ୍ ପର୍ଯ୍ୟନ୍ତ ୨୩୨ ଜଣ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ପହଞ୍ଚାଇ ସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.