ସରକାର ବୁଝିଲେ ଦୁଃଖ: ୧୭ ଜଣ ଦିବ୍ୟାଙ୍ଗଙ୍କୁ ମିଳିଲା କୃତ୍ରିମ ଅଙ୍ଗ

ଭୁବନେଶ୍ବର(କେନ୍ୟୁଜ୍):  ଦିବ୍ୟାଙ୍ଗ ବ୍ୟକ୍ତି ମାନକୁ ମିଳିଲା କୃତ୍ରିମ ଅଙ୍ଗ । ୧୭ ଜଣଙ୍କୁ ଆଜି କ୍ୟାପିଟାଲ ହସ୍ପିଟାଲ ରେ କୃତ୍ରିମ ଅଙ୍ଗ ପ୍ରଦାନ କରାଗଲା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସସକ୍ତି କରଣ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୬୨ ଜଣ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୬ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ashok panda

ସେଥିମଧ୍ୟରୁ ୧୭ ଜଣଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ,ବିଭାଗୀୟ ସଚିବ ଭାସ୍କର ଜ୍ୟୋତି ଶର୍ମା, କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ସ୍ୱାଭିମାନ ଅଂଚଳର ମାଲକାନଗିରି ର ଏହି ଦିବ୍ୟାଙ୍ଗ ମାନେ କୃତ୍ରିମ ଅଙ୍ଗ ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି । ଏହାସହ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଓଡିଶା ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.