ଓଡ଼ିଶାରେ ଆହୁରି ୪ ଦିନ ଅସହ୍ୟ ତାତି: ୨୯ ତାରିଖ ଯାଏ ୧୧ଟି ଜିଲ୍ଲା ଓ ୩୦ ତାରିଖରେ ୮ ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ୟୁଜ): ଆହୁରି ୪ ଦିନ ଅସହ୍ୟ ତାତି। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବ ତାତି। ଉପକୂଳରେ କିଛି ସ୍ଥାନରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଯାଏ ଦିନ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାୟୁମଣ୍ଡଳରେ ବାୟୁ ପ୍ରବାହରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୪ ଦିନ ଅସହ୍ୟ ତାତି ଜାରି ରହିବ।

ପାରଦ ୪୫-୪୬ ଡିଗ୍ରୀ ଡେଇଁଯିବା ଆଶଙ୍କା ରହିଛି। ବୁଧବାର ରାଜ୍ୟର ୨୪ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି। ସୋନପୁରରେ ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ୪୪ ଡିଗ୍ରୀ ସେଲସିୟସ ଉପରେ ୪ ଟି ସହରର ତାପମାତ୍ରା ରହିଛି । ୨୯ ତାରିଖ ଯାଏ ୧୧ଟି ଜିଲ୍ଲା ଓ ୩୦ ତାରିଖରେ ୮ ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.