ମଞ୍ଚ ଖୋଲିବା ସହ କଳାକାରଙ୍କୁ ସହାୟତା ଯୋଗାଇ ଦେବାପାଇଁ ଓଡ଼ିଶା ନାଟ୍ୟସଂଘର ଦାବି

କେନ୍ୟୁଜ ବ୍ୟୁରୋ : ମଞ୍ଚ ଖୋଲିବା ପାଇଁ ଓଡ଼ିଶା ନାଟ୍ୟସଂଘ ଦାବି କରିଛି । ଲକଡାଉନ ଓ ସଟଡାଉନ ପରେ ସରକାର ସମସ୍ତଙ୍କ ପ୍ରତି କୋହଳ ମନୋବୃତ୍ତି ଦେଖାଇଛନ୍ତି । ମଞ୍ଚ ଖୋଲିବା ପାଇଁ ଓଡ଼ିଶା ନାଟ୍ୟସଂଘ ତରଫରୁ ବାରମ୍ବାର ଦାବି କରାଯାଇଛି । ସାରା ଓଡ଼ିଶାରେ ନାଟକ ପାଇଁ ମଞ୍ଚ ଗୁଡିକ ଖୋଲିବା ସହ କଳାକାରଙ୍କୁ ସହାୟତା ଦାବି କରିଛନ୍ତି । ଏନେଇ ସଂଘ ପକ୍ଷରୁ ନିରବ ପ୍ରତିବାଦ କରାଯାଇଛି ।

ସେପଟେ ଓଡ଼ିଶା ନାଟ୍ୟସଂଘର ଧାରଣାକୁ ବିରୋଧ କରିଛନ୍ତି ବିଶିଷ୍ଟ ସଂସ୍କୃତି ସମୀକ୍ଷକ ଦିଲ୍ଲୀପ ହାଲି । ସେ କହିଛନ୍ତି କୋଭିଡ ସମୟରେ ମଞ୍ଚ ନଖୋଲି ରାଜ୍ୟ ସରକାର ଠିକ୍‌ ନିଷ୍ପତ୍ତି ନେଇଛନ୍ତି । ଯେଉଁ ବଡ଼ ବଡ଼ ନାଟ୍ୟ କଳାକାର ଧାରଣାରେ ବସିଥିଲେ ସେମାନେ ବଡ଼ ବଡ଼ ଚାକିରି କରିଛନ୍ତି । କାହାରି ଆତ୍ମା ପ୍ରକୃତ ମଞ୍ଚ କଳାକାରଙ୍କ ପାଇଁ କାନ୍ଦୁନାହିଁ ବୋଲି ଦିଲ୍ଲୀପ ହାଲି କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.