ଗଛ ଗଣ୍ଡି ଭିତରୁ ମିଳିଲା କୁକୁରର ଭୟାନକ ମମି, ଘଟଣା ଦେଖି ବୈଜ୍ଞାନିକମାନେ ବି ତାଜୁବ

ସାରା ବିଶ୍ୱରେ ଆପଣଙ୍କୁ ଅନେକ ପ୍ରକାରର ଅଜବ ଜିନିଷ ଦେଖିବାକୁ ଏବଂ ଶୁଣିବାକୁ ମିଳୁଛି। ଏମିତି ହିଁ ଏକ ଖବର ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଜର୍ଜିଆର ଜଙ୍ଗଲରେ କାଠୁରିଆମାନଙ୍କୁ ଏମିତି ଜିନିଷ ମିଳିଥିଲା, ଯାହାକୁ ଦେଖି ସେମାନେ ଭୟଭୀତ ହୋଇପଡିଥିଲେ।

hh

କିଛି ବର୍ଷ ପୂର୍ବେ ଏଠାରେ ଯେତେବେଳେ ଜଙ୍ଗଲରେ ପୁରୁଣା ଗଛ ସବୁ କଟାଯାଉଥିଲା, ସେତେବେଳେ ଏକ ଗଛ ଗଣ୍ଡି ଭିତରୁ ଏକ କୁକୁରର ଆଶ୍ଚର୍ଯ୍ୟଜନକ ମମି ମିଳିଥିଲା। ଏହାକୁ ନେଇ ବୈଜ୍ଞାନିକମାନେ ଦାବି କରିଥିଲେ କି, କୁକୁରଟି ଗଛ ଗଣ୍ଡି ଭିତରେ ପାଖାପାଖି ୨୦ ବର୍ଷ ହେବ ଅଛି। ତେବେ ଗଛ ଭିତରେ କୁକୁରର କଙ୍କାଳ ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କି ଏହା ଏଠାକୁ କିପରି ଆସିଲା।

A Sad Tail Strange Phenomenon Preserves Dog Stuck Inside Tree For Nearly 60 Years

ବିଶେଷଜ୍ଞଙ୍କ କହିବା ହେଲା, କୁକୁରଟି ଏଠାକୁ କୌଣସି ଛୋଟ ପ୍ରାଣୀକୁ ଶିକାର କରିବା ଚକ୍କରରେ ମାଟି ଖୋଳୁ ଖୋଳୁ ଗଛ ଗଣ୍ଡି ଭିତରକୁ ପଶିଆସିଥିବ। ପାଖାପାଖି ୨୮ ଫୁଟ ଚଢ଼ିଯିବା ପରେ ପୁଣି ପଛକୁ ବାହାରିବା ପାଇଁ ଏହା ବୁଲିପାରି ନ ଥିବ ଏବଂ ଶେଷରେ ଭୋକ, ଉପାସରେ ଏହାର ମୃତ୍ୟୁ ହୋଇଯାଇଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.