ଅଭିନବ ଢଙ୍ଗରେ ଦୀପାବଳି ପାଳୁଛନ୍ତି ପୋଲିସ ଅଧିକାରୀ, ଏସ୍‌ପିମାନେ ବିଭିନ୍ନ ଜିଲ୍ଲାର ବାଳାଶ୍ରମକୁ କରୁଛନ୍ତି ଗସ୍ତ

ଭୁବନେଶ୍ବର(କେନ୍ୟୁଜ୍):  ଅଭିନବ ଢଙ୍ଗରେ ଦୀପାବଳି ପାଳୁଛନ୍ତି ପୋଲିସ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାର ଏସ୍‌ପିମାନେ ବାଲାଶ୍ରମ ଯାଇ ଆଲୋକର ଏହି ପର୍ବକୁ ପାଳନ କରୁଛନ୍ତି। ଦେବଗଡ଼ ଏସ୍‌ପି ରାହୁଲ ଜୈନ୍‌ ପିଲାମାନଙ୍କ ସହ ଦୀପାବଳି ମନାଇଛନ୍ତି। ସେହିପରି ପିଲାମାନଙ୍କ ସହ ରଙ୍ଗୋଲି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା ସୁନ୍ଦରଗଡ଼ ପୋଲିସ। ଭୁବନେଶ୍ୱର ଉପକଣ୍ଠ ଜାଆଁଳାରେ ଥିବା ମିଶନ ଆଶ୍ରା ଯାଇ ପିଲାମାନଙ୍କ ସହ ଦୀପାବଳି ପାଳିଛନ୍ତି ଖୋର୍ଦ୍ଧା ଏସ୍‌ପି। ସମ୍ବଲପୁର ଧନକଉଡ଼ାରେ ଥିବା ଅନାଥାଶ୍ରମରେ ଅନ୍ତେବାସୀଙ୍କ ସହ ଆଲୋକର ପର୍ବରେ ସାମିଲ ହୋଇଥିଲ୍‌ ଏସ୍‌ପି କୱଓ୍ଵର ବିଶାଲ ସିଂ। କନ୍ଧମାଳ ପୋଲିସ ବି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ଏଥର ନିଆରା ଦୀପାବଳିରେ ନିଜକୁ ସାମିଲ କରିଛି। ସେଠାରେ ଥିବା ଗୋପବନ୍ଧୁ ବାଳ ଆଶ୍ରମରେ ଅନ୍ତେବାସୀଙ୍କ ସହ ଆଲୋକର ପର୍ବରେ ସାମିଲ ହୋଇଥିଲେ ବରିଷ୍ଠ ପୋଲିସ ଅଧିକାରୀ। ପିଲାମାନଙ୍କୁ ଦେଇଥିଲେ ଦୀପାବଳିର ବାର୍ତ୍ତା। କଟକରେ  ଏକ ଅନାଥାଶ୍ରମରେ ପିଲାଙ୍କ ସହ ଦୀପାବଳି ଉତ୍ସବ ମନାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.