କୋଭିଡ ପରିଚାଳନା କ୍ଷେତ୍ରରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): କୋଭିଡ ପରିଚାଳନା କ୍ଷେତ୍ରରେ ଦେଶରେ ପ୍ରଥମ ହୋଇଛି ଓଡ଼ିଶା । ଇଣ୍ଡିଆ ଟୁଡେ ମୁଡ ଅଫ ନେସନ ପୋଲରେ ଓଡ଼ିଆ ଏକ ନମ୍ବର ସ୍ଥାନରେ ରହିଛି । ଦ୍ୱିତୀୟରେ ରହିଛି ଆସାମ । ତୃତୀୟ ସ୍ଥାନରେ ଅଛି ଝାଡଖଣ୍ଡ । ଓଡ଼ିଶା ସରକାରଙ୍କ କୋଭିଡ ପରିଚାଳନାରେ ୭୩ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ଆସାମରେ ୭୨ ପ୍ରତିଶତ ଲୋକ ସନ୍ତୁଷ୍ଟ ବେଳେ ଝାଡଖଣ୍ଡରେ ୬୩ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି ।

ପୂର୍ବରୁ ଜାନୁଆରୀ ମାସରେ ହୋଇଥିବା ଇଣ୍ଡିଆ ଟୁଡେ ମୁଡ ଅଫ ନେସନ ପୋଲରେ କୋଭିଡ ପରିଚାଳନା କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ଥିଲା । ୭ ମାସ ପରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନ ବଜାୟ ରଖିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.