ଆଜି ରାଜ୍ଯରେ ୧୦୩୨ ପଜିଟିଭ ଚିହ୍ନଟ, ୬୭ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର (କେନ୍ଯୁଜ): କମୁଛି କରୋନା ସଂକ୍ରମଣ। ରାଜ୍ୟରେ ୨ ପ୍ରତିଶତ ତଳେ ରହିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ହଜାର ୦୩୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍ ରହିଛି ୧.୫୩ ପ୍ରତିଶତ । ଯାହାକି ଗତକାଲି ଥିଲା ୧.୯୨ ପ୍ରତିଶତ । ୨୪ ଘଣ୍ଟାରେ ୬୭ ହଜାର୧୩୧ ଟେଷ୍ଟିଂ ହୋଇଛି ।
ଖୋର୍ଦ୍ଧାରୁ ସର୍ବାଧିକ ୨୩୭ ସଂକ୍ରମିତ ହୋଇଛନ୍ତି । କଟକରୁ ୧୫୪ ଓ ପୁରୀରୁ ୮୨ ରହିଛି କରୋନା କେସ୍ । ତେବେ କଟକ ସହର ସ୍ଥିତି ଭୁବନେଶ୍ୱରଠାରୁ ଭଲ ଅଛି। ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୧୫ ହଜାର ୦୫୦ ।