ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୧ ହଜାର ୮୦୫ ପଜିଟିଭ୍‌ ଚିହ୍ନଟ, ଗଲା ଆଉ ୨୧ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ  ୨୪ ଘଣ୍ଟାରେ ଆଉ ୧୧ ହଜାର ୮୦୫ ପଜିଟିଭ୍‌ ଚିହ୍ନଟ । ୬ ଲକ୍ଷ ପାର କଲା ସଂକ୍ରମିତଙ୍କ ସଂଖ୍ଯା । ମିଳିଥିବା ସୂଚନା ମୁତାବକ, ୫୬ ହଜାରରୁ ଅଧିକ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୪ ଶହ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୨ ଶହ ୦୯ ନୂଆ କେସ୍‌ ରହିଛି। କଟକରେ ପ୍ରଥମ ଥର ୧୧ ଟପିଛି ଦୈନିକ ସଂକ୍ରମଣ ।

ଆଜି କଟକରୁ ୧୧ ଶହ ୯୭ ପଜିଟିଭ୍‌ ବାହାରିଛନ୍ତି । ଅନୁଗୁଳରୁ ୬୬୮, ସମ୍ବଲପୁରରୁ ୫୫୩ ଓ ବରଗଡ଼ରୁ ୪୨୧ ସଂକ୍ରମିତ ହୋଇଛନ୍ତି। ଆଉ ୨୧ ଆକ୍ରାନ୍ତଙ୍କ ଜୀବନ ନେଇଛି ଭାଇରସ୍‌ । ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୬ଲକ୍ଷ ୪୯୨କୁ ବୃଦ୍ଧି ପାଇଛି । ଆକ୍ଟିଭ୍‌ କେସ୍‌ ୧ଲକ୍ଷ ୬ ହଜାର ୪୭୧ ଥିବାବେଳେ ସୁସ୍ଥ ହେଲେଣି ୪ଲକ୍ଷ ୯୧ ହଜାର ୬୭୪ । ମୃତ୍ୟୁସଂଖୃା ୨୨ଶହ ୯୪ରେ ପହଂଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.