ଦିନକ ଭିତରେ ପୁଣି ସର୍ବାଧିକ ପଜିଟିଭ୍ ରେକର୍ଡ଼, କେବଳ ଗଞ୍ଜାମରୁ ୫୪୦

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ପଜିଟିଭ୍ ସଂଖ୍ୟା କମିବା ବଦଳରେ ବଢ଼ି ବଢ଼ି ଚାଲିଛି । ଯେମିତି ବ୍ରେକ୍ ଲାଗିବାର ନାଁ ନେଉନି । ଯେତିକି ଅଧିକ ଟେଷ୍ଟ ହେଉଛି ସେତିକି ବେଗରେ ଆକ୍ରାନ୍ତଙ୍କ ତାଲିକା ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୨୬୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୮୪୭ ଜଣ କ୍ଵରେଣ୍ଟିଂନ ସେଣ୍ଟରର ହୋଇଥିବା ବେଳେ ୪୧୭ ଜଣ ସ୍ଥାନୀୟ ବାସିନ୍ଦା ଥିବା ଜଣାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯ରେ ପହଂଚିଛି । ଯେବେକି ତା ମଧ୍ୟରୁ ୭୨୦୫ଟି ଆକ୍ଟିଭ କେଶ ଥିବା ବେଳେ ୧୩୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ମିଳିଥିବା ସୂଚନା ମୁତାବକ ଏଯାବତ ରାଜ୍ୟରେ ୪୨,୧୯୩୧ ଜଣଙ୍କ କରୋନା ଟେଷ୍ଟ ସରିଲାଣି । ଅନ୍ୟପକ୍ଷରେ ପୁଣି ରେକର୍ଡ କରିଛି ଗଂଜାମ ଜିଲ୍ଲା । ଆଜି ଗୋଟିଏ ଦିନରେ ଜିଲ୍ଲାରୁ ସର୍ବାଧିକ ୫୪୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ରିପୋର୍ଟ ଅନୁଯାୟୀ ୨୭ ଜିଲ୍ଲାରୁ ୧୨୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ପରେ ୧୩୭ ଟି ପଜିଟିଭ କେସ ସହ ଦ୍ଵିତୀୟ ସ୍ଥାନରେ ଅଛି ଖୋର୍ଦ୍ଧା । ୮୪ ସହ ଆକ୍ରାନ୍ତ ସହ ତୃତୀୟ ସ୍ଥାନରେ ଅଛି ରାୟଗଡା ।

ଯେବେକି ବୌଦ୍ଧରୁ ୨ ଜଣ, କଟକରୁ ୪୭ ଜଣ, ଢେଙ୍କାନାଳରୁ ୭୪ ଜଣ, ଜଗତସିଂହପୁରରୁ ୩ ଜଣ, ଯାଜପୁର ଜିଲ୍ଲାରୁ ୧୭ ଜଣ, ଝାରସୁଗୁଡାରୁ ୩ ଜଣ, କଳାହାଣ୍ଡିରୁ ୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେବେକି କନ୍ଧମାଳ ଜିଲ୍ଲାରୁ ୨୯ ଜଣ, କେନ୍ଦ୍ରାପଡାରୁ ୮ ଜଣ,

କେଉଁଝର ଜିଲାରୁ ୨୫ ଜଣ, କୋରାପୁଟରୁ ୨୭ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫ ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡରୁ ୬୧ ଜଣ, ନୂଆପଡାରୁ ଜଣେ, ପୁରୀ ଜିଲ୍ଲାରୁ ୨୨ ଜଣ, ସମ୍ବଲପୁର ଜିଲ୍ଲାରୁ ୨୦ ଜଣ ଓ ସୁନ୍ଦରଗଡର ୬୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି ।

covid today

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.