ରାଜ୍ୟରେ କମୁଛି ସଂକ୍ରମଣ, ଗତ ୨୪ ଘଣ୍ଟାରେ ୭ ହଜାର ୭୨୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ କମୁଛି ପଜିଟିଭିଟି ହାର । ୧୨ ପ୍ରତିଶତ ତଳକୁ ଖସିଛି ସଂକ୍ରମଣ । ଆଜି ପଜିଟିଭିଟି ରେଟ୍‌ ରହିଛି ୧୧.୨୬ ପ୍ରତିଶତ। ଗତ ୩ଦିନ ମଧ୍ୟରେ ପ୍ରାୟ ୩ ପ୍ରତିଶତ ସଂକ୍ରମଣ ଖସିଛି। ଜୁନ୍‌ ୧ରେ ପଜିଟିଭିଟି ହାର ଥିଲା ୧୪.୦୨ ପ୍ରତିଶତ। ଗତ ୨୪ ଘଣ୍ଟାରେ ୭ ହଜାର ୭୨୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

୨୪ ଘଣ୍ଟାରେ ୬୮ ହଜାର ୬୦୪ ଟେଷ୍ଟିଂ ହୋଇଛି । ଟପ୍‌ ୫ ଜିଲ୍ଲାରେ ଅଛନ୍ତି ଖୋର୍ଦ୍ଧା, କଟକ, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱର । ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୬୨ ଆକ୍ରାନ୍ତ ହୋଇଛନ୍ତି। କଟକରୁ ୭୨୦, ଅନୁଗୁଳରୁ ୪୪୯, ମୟୂରଭଞ୍ଜରୁ ୪୪୨ ଓ ବାଲେଶ୍ୱରରୁ ୪୨୬ ନୂଆ କେସ୍‌ ବାହାରିଛି। କେବଳ ଏହି ୫ ଜିଲ୍ଲାରୁ ୩ ହଜାର ୯୯ ରହିଛି କରୋନା କେସ୍‌।

୭ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ରାଜ୍ୟରେ ରେଡ ଜୋନରେ ୨୩ ଜିଲ୍ଲା ରହିଛି। ୬ଟି ଜିଲ୍ଲା ୟେଲୋ ଜୋନରେ ଥିବା ବେଳେ କେବଳ ନୂଆପଡା ଗ୍ରୀନ୍‌ ଜୋନରେ ରହିଛି। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୮୨ ହଜାର ୬୭୯ । ମୃତ୍ୟୁସଂଖ୍ୟା ୨ ହଜାର ୯୧୨କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.