Below header

ବିପତ୍ତି ସମୟର ବନ୍ଧୁ ହେଲେ ନବୀନ, ପଶ୍ଚିମବଙ୍ଗ ପ୍ରଭାବିତଙ୍କୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟପାଇଁ ପଠାଇଲେ ୫୦୦ ଆଗ୍ନିକ କର୍ମଚାରୀ

କେନ୍ୟୁଜ୍ (ବ୍ୟୁରୋ): ବିପତ୍ତି ସମୟରେ ବନ୍ଧୁର କର୍ତ୍ତବ୍ୟ ତୁଲାଇଲା ଓଡିଶା। ପଶ୍ଚିମବଙ୍ଗରେ ସାଇକ୍ଲୋନ ଅମ୍ଫାନ ପ୍ରଭାବିତଙ୍କୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ରାଜ୍ୟ ସରକାର ପଶ୍ଚିମବଙ୍ଗକୁ  ପଠାଇଲେ ୫୦୦ ଆଗ୍ନିକ କର୍ମଚାରୀ।  ଟ୍ବିଟ କରି ମୁଖ୍ୟମନ୍ତ୍ରୀ  କହିଛନ୍ତି।

‘ପଶ୍ଚିମବଙ୍ଗକୁ ଆସିଥିବା ସବୁଠାରୁ ବଡ ବିପର୍ଯ୍ୟୟ ମଧ୍ୟରୁ ସାଇକ୍ଲୋନ୍ ଆମ୍ଫାନ୍ ଅନ୍ୟତମ। ଏହି ସଙ୍କଟ ସମୟରେ ଓଡିଶାର ଲୋକମାନେ ପଶ୍ଚିମବଙ୍ଗ ପାଖରେ ଛିଡା ହୋଇଛନ୍ତି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ୩୦୦ ଅଗ୍ନିଶମ କର୍ମଚାରୀ ଏବଂ ୧୦ ଟି ODRAF ଦଳ ସମେତ ଓଡିଶା ୫୦୦ ସଦସ୍ୟଙ୍କ ଏକ ଟିମ୍ ପଠାଇଛି।’

odraF

ଏହି ସଙ୍କଟ  ସମୟରେ ପଶ୍ଚିମବଙ୍ଗ ସହ  ଓଡିଶା ଠିଆ ହୋଇଛି ବୋଲି କହିଛନ୍ତି ନବୀନ। ଆଜି ବିଳମ୍ବିତ ରାତି ସୁଦ୍ଧା ଏହି ଟିମ୍ କୋଲକାତାରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ସରକାରୀ ସୂତ୍ରରୁ ଜଣା ପଡିଛି। ବୁଧବାର ଦିନ ଓଡ଼ିଶା ଉପକୂଳ ଦେଇ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ଅମ୍ଫାନ୍। ଏହି ସମୟରେ ପଶ୍ଚିମବଙ୍ଗର  ଅନେକ କ୍ଷୟକ୍ଷତି  ଘଟାଇଥିଲା ଅମ୍ଫାନ। ଶୁକ୍ରବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ପ୍ରଭାବିତ ଅଞ୍ଚଳ  ପରିଦର୍ଶନ କରି  ପଶ୍ଚିମବଙଗକୁ ୧୦୦୦  କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.