ସଲମାନ୍‌ଙ୍କ ସହ ‘ରେଡି’ରେ କାମ କରିଥିବା ‘ଛୋଟେ ଅମର ଚୌଧୁରୀ’ଙ୍କ ବିୟୋଗ, ମାତ୍ର ୨୭ ବର୍ଷ ବୟସରେ ହେଲା ନିଧନ

ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ଙ୍କ ଫିଲ୍ମ ‘ରେଡି’ରେ ଛୋଟେ ଅମର ଚୌଧୁରୀ ଭୂମିକାରେ ଅଭିନୟ କରିଥିବା ମଥୁରାର ମୋହିତ ବଘେଲ ଦୁନିଆକୁ ଅଲବିଦା କହିଛନ୍ତି। ମାତ୍ର ୨୭ ବର୍ଷ ବୟସରେ କ୍ୟାନ୍‌ସରରେ ପୀଡ଼ିତ ହୋଇ ଶନିବାର ଦିନ ୧୧ଟାରେ ତାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଖବର ଶୁଣି ସାରା ବଲିଉଡ୍‌ ଜଗତ ସ୍ତବ୍ଧ ହୋଇଯାଇଛି।

Ready actor Mohit Baghel dies of cancer in Mathura - Movies News

କମ୍‌ ବୟସରେ ଅଳ୍ପ ଅଭିନୟ କରିଥିଲେ ମଧ୍ୟ ମୋହିତ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ସଲମାନ ଖାନ୍‌ ଓ ଆସିନ୍‌ଙ୍କ ସହ ମୋହିତ ଫିଲ୍ମ ରେଡିରେ ନଜର ଆସିଥିଲେ। ରେଡି ଫିଲ୍ମରେ ସେ ଛୋଟେ ଅମର ଚୌଧୁରୀ ଭୂମିକାରେ ଅଭିନୟ କରିଥିଲେ। ୨୦୧୯ରେ ସେ ପରିଣିତି ଚୋପ୍ରା ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ଫିଲ୍ମ ଜବରିୟାରେ ମଧ୍ୟ କାମ କରିଥିଲେ।

ମୋହିତଙ୍କ ବିୟୋଗରେ କମେଡି ନାଇଟ୍ସ ଓ୍ଵିଥ୍‌ କପିଲର ନିର୍ଦ୍ଦେଶକ ରାଜ ଶାଣ୍ଡିଲ୍ୟ ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ବଲିଉଡ୍‌ର ଅନ୍ୟାନ୍ୟ ଲୋକପ୍ରିୟ କଳାକାର ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।Salman Khan's Ready costar, Mohit Baghel, passes away at 26 due to ...

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.