ଯିଏ ସଂଘରୋଧରେ ରହିବେ ନାହିଁ, ତାଙ୍କୁ ଜେଲ୍‌ ପଠାଇ ଦିଆଯିବ- ଏମିତି କହିଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ଇମ୍ଫାଲ୍‌ : ମଣିପୁରକୁ ମାସେ ତଳେ କରୋନା ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଥିଲା । ଏବେ ମଣିପୁରରେ କରୋନା ରୋଗୀଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ମଣିପୁର ମୁଖ୍ୟମନ୍ତ୍ରୀ ଏକ କଡ଼ା ଆଇନ ଘୋଷଣା କରିଛନ୍ତି ।ଯଦି ଏହି ଆଇନକୁ କେହି ନ ମାନେ ତେବେ ତାକୁ ଜେଲ୍‌ ଯିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

manipur

ମଣିପୁରକୁ ବାହାର ରାଜ୍ୟ କିମ୍ବା ବାହାର ଦେଶରୁ ଆସିଲେ ସଂଘରୋଧରେ ରହିବା ବାଧ୍ୟତାମୂଳକ ବୋଲି ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂହ ଘୋଷଣା କରିଛନ୍ତି । ଯଦି କେହି ଏହାକୁ ଅମାନ୍ୟ କରେ ତେବେ ତାଙ୍କୁ ୨୦୦୫ ରାଷ୍ଟ୍ରୀୟ ଆପଦା ପ୍ରବନ୍ଧନ ଆଇନ୍‌ ଅନୁଯାୟୀ ଜେଲ୍‌ ପଠାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଅନ୍ୟ ରାଜ୍ୟରେ ଫସି ରହିଥିବା ମଣିପୁରର ଲୋକଙ୍କୁ ଆଣିବା ପାଇଁ ସରକାର ଟ୍ରେନ୍‌ ଓ ବସ୍‌ର ବ୍ୟବସ୍ଥା କରିଥିଲେ । ତେବେ ବାହାରୁ ଆସୁଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ନଥିଲେ ମଧ୍ୟ ସେମାନଙ୍କୁ ଘରେ ୧୪ ଦିନ ସଂଘରୋଧରେ ରହିବାକୁ ପଡ଼ିବ ବୋଲି ସରକାର ଘୋଷଣା କରିଛନ୍ତି ।

ଯଦି ଏହି ଆଇନକୁ କେହି ନ ମାନେ ତେବେ ତାକୁ ଜେଲ୍‌ ଯିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏବେ ମଣିପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି । ତେବେ ଡ଼ରିବାର ନାହିଁ ସରକାର ଏଥିପାଇଁ କଡ଼ା ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସିଂହ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.