ବଲାଙ୍ଗିର: ପୁଣି କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ମୃତ୍ୟୁ, ବୁର୍ଲା ହସ୍ପିଟାଲର ଡାକ୍ତର କିହିଲେ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ଥିଲେ ବ୍ୟକ୍ତି

ପୁଣି ଜଣେ କ୍ବାରେଣ୍ଟାଇନ ସେଣ୍ଟରରେ ମୃତ୍ୟୁ ବରଣ  କରିଛନ୍ତି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଖୁଣ୍ଟସମଲାଇ କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଟିକେମଣି ତଅଲ।

ଛତିଶଗଡ଼ରେ ନିଜ ପୁଅ ପାଖରେ ରହୁଥିବା ଟିକେମଣି ଗତ ୧୭ ତାରିଖରେ ନିଜ ଗାଁକୁ ଫେରିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ସେତେବେଳେ ସେ ଅସୁସ୍ଥ ଥିଲେ। କ୍ୱାରେଣ୍ଟିନ୍‌‌ ସେଣ୍ଟରରେ ତାଙ୍କର ଚିକିତ୍ସା କରାଯାଉଥିଲା। ହେଲେ ୨୦ ତାରିଖରେ ଟିକେମଣି ଅଧିକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ତବେ ଗତକାଲି ରାତିରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଉ କହିଥିଲେ ଟିକେମଣିଙ୍କର ସେପ୍ଟିସେମିଆ ରୋଗରେ ମୃତ୍ୟୁ ହୋଇଛି।

ଆଜି ସକାଳେ ଟିକେମଣିଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଉତ୍ତେଜନା ଗାଁରେ ପ୍ରକାଶ ପାଇଥିଲା। ଚିକିତ୍ସା ଅବହେଳାରୁ ଟିକେମଣିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।ପାଟଣାଗଡ଼ ଏସଡିଏମଓ ଓ ଉପଖଣ୍ଡ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାବୁଝି କରିଥିଲେ। ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଟିକେମଣିଙ୍କ ପରିବାର ଲୋକଙ୍କୁ ଦେବା ପରେ ଉତ୍ତେଜନା ଥମିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.