ପାକିସ୍ତାନ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ି ପାରେ, ଦେଖନ୍ତୁ ଦୁର୍ଘଟଣା ବେଳର ସେହି ଶେଷ ଭିଡିଓ

ଗତକାଲି ଅପରାହ୍ନ ୨.୪୫ରେ କରାଚି ବିମାନ ବନ୍ଦର ନିକଟରେ ଘଟିଥିଲା ଭୟଙ୍କର ବିମାନ ଦୁର୍ଘଟଣା । ଏଥିରେ ୯୭ ଜଣଙ୍କର ମୃତ୍ୟୁ ଘଟିଛି । ବିମାନଟି ଠିକ୍ ଲ୍ୟାଣ୍ଡ କରିବା ପୂର୍ବରୁ ଇଞ୍ଜିନ ଅକାମୀ ହୋଇଯିବା ଯୋଗୁଁ ବିମାନ ମନ୍ଦର ନିକଟ ଜନବସତି ଉପରେ ଖସିପଡ଼ିଲା । ବିମାନଟିରେ ନିଆଁ ଲାଗି ଖଣ୍ଡ ଖଣ୍ଡ ହୋଇ ଖସିପଡ଼ିଥିଲା । ଫଳରେ ପ୍ରାୟ ୪ଟିରୁ ଅଧିକ ଘର ପୂରାପୂରି ଧ୍ୱସ୍ତ ହୋଇଯାଇଛି ।

ଦେଖନ୍ତୁ ଦୁର୍ଘଟଣା ସମୟର ଭିଡିଓ

ଏହି ବିମାନରେ ମୋଟ୍ ୧୦୭ ଜଣ ଥିବା ସୂଚନା ମିଳିଥିଲା । ସେମାନଙ୍କ ମଧ୍ୟରୁ ଦୁଇଜଣ ଆଶ୍ଚଯ୍ୟର୍ଜନକ ଭାବେ ବଞ୍ଚି ଯାଇଛନ୍ତି । କରାଚି ବିମାନ ବନ୍ଦର ପାଖ ମଡେଲ କଲୋନୀରେ ଖସି ପଡ଼ିଥିଲା ଏହି ଦୁର୍ଘଟଣାଗ୍ରସ୍ତ ବିମାନଟି । ଅନେକ ପ୍ରତ୍ୟକ୍ଷଦର୍ଶୀ ଆଖିରେ ଦେଖିଥିବା ଘଟଣାକୁ ବୟାନ୍ କରିଛନ୍ତି । ଅବଶ୍ୟ ଦୁର୍ଘଟଣାର ଠିକ୍ ପୂର୍ବରୁ ପାଇଲଟ୍ ଜଣାଇ ଦେଇଥିଲେ ଯେ ଇଞ୍ଜିନ୍ ଆଉ କାମ କରୁନାହିଁ ବୋଲି । ତାଙ୍କୁ କରାଚି ବିମାନ ବନ୍ଦରରୁ ବାମ ପାଖ ରନେଓ୍ଵରେ ତୁରନ୍ତ ଅବତରଣ ପାଇଁ କୁହାଯାଇଥିଲା । ହେଲେ ସେତେବେଳେକୁ ବହୁତ ଡେରି ହୋଇ ସାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.