Below header

ମଣିଷପଣିଆର ନିଆରା ଉଦାହରଣ ଦେଖାଇଛନ୍ତି ବାହାନଗାବାସୀ, ମୃତାହତଙ୍କ ପାଇଁ ପାଳୁଛନ୍ତି ଏକାଦଶାହ

ବାହାନଗା ଟ୍ରେନ ଟ୍ରାଜେଡି ଘଟଣାକୁ ଏହାରି ଭିତରେ ୧୧ ଦିନ ବିତିଯାଇଛି, ହେଲେ ଆଜି ବି ଆଖି ବନ୍ଦ କରିଦେଲେ ସେଦିର ଚିତ୍ର ଜଳଜଳ ହୋଇଦେଖାଯାଉଛି । କାରମଣ୍ଡଳର କଳା କାହାଣୀକୁ ହୁଏତ, କେବେ ଭୁଲିପାରିବେ ନାହିଁ, ଦୁର୍ଘଟଣାକୁ ଅତି ନିକଟରୁ ଦେଖିଥିବା ବାହାନଗାବାସୀ ।

ବାଲେଶ୍ୱର / ସୋର (କେନ୍ୟୁଜ): ବାହାନଗା ଟ୍ରେନ ଟ୍ରାଜେଡିକୁ ଆଜି ୧୧ ଦିନ । ମଣିଷପଣିଆର ନିଆରା ଉଦାହରଣ ଦେଖାଇଛନ୍ତି ବାହାନଗା ଗ୍ରାମବାସୀ। ରେଳ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଏକାଦଶାହ ପାଳୁଛନ୍ତି ବାହାନଗାବାସୀ । ଆଜି ବିଶ୍ୱଶାନ୍ତି ଯଜ୍ଞ ସହ ଅଷ୍ଟପ୍ରହରୀ କରାଯିବ । ୫୦୦୮ ଦୀପ ଦାନ କାର୍ଯ୍ୟକ୍ରମ ମଧ୍ୟ ରହିଛି । ନାମ ସଙ୍କୀର୍ତ୍ତନ ସହ ଅଖଣ୍ଡ ଗାୟତ୍ରୀ ମନ୍ତ୍ର ଜପ କରାଯିବ ।

ଗତକାଲି ମୃତକଙ୍କ ଆତ୍ମାର ସଦଗତି ପାଇଁ ଦଶାହ ଦିନରେ ବାହାନଗାରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଗୋସାଇଁ ପୋଖରୀରେ ସାମୂହିକ ମୁଣ୍ଡନ କରି ୧୧୨ଜଣ ଅଚିହ୍ନା ଶବଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଲୋକେ । କାର୍ଯ୍ୟକ୍ରମରେ ବାହାନଗା, ସୋର ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା, ସ୍ବେଚ୍ଛାକୃତ ଭାବରେ ଜଣକ ପରେ ଜଣେ ଆସି ମୁଣ୍ଡନ ହୋଇଥିଲେ । ଯେଉଁମାନେ ମୁଣ୍ଡନ ହୋଇଥିଲେ ସେମାନଙ୍କୁ ନୂଆଲୁଗା, ମାଳ, ପରିଧାନ କରିବା ପାଇଁ ସଂଘଠନ ପକ୍ଷରୁ ଯୋଗାଇ ଦିଆ ଯାଇଥିଲା । ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାର ସଦଗତି, ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବାସିନ୍ଦା ।

ଘଟଣାକୁ ଏହାରି ଭିତରେ ୧୧ ଦିନ ବିତିଯାଇଛି, ହେଲେ ଆଜି ବି ଆଖି ବନ୍ଦ କରିଦେଲେ ସେଦିର ଚିତ୍ର ଜଳଜଳ ହୋଇଦେଖାଯାଉଛି । କାରମଣ୍ଡଳର କଳା କାହାଣୀକୁ ହୁଏତ, କେବେ ଭୁଲିପାରିବେ ନାହିଁ, ଦୁର୍ଘଟଣାକୁ ଅତି ନିକଟରୁ ଦେଖିଥିବା ବାହାନଗାବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.