Below header

ଆରମ୍ଭ ହୋଇଯାଇଛି ପୌର ଭୋଟ୍‌: ସୁରକ୍ଷା ଦାୟିତ୍ୱରେ ୨୦୫ ପ୍ଲାଟୁନ ପୋଲିସ୍ ଫୋର୍ସ, ସଂଧ୍ୟା ୫ଟା ଯାଏ ଚାଲିବ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍): ଆରମ୍ଭ ହୋଇଯାଇଛି ପୌର ଭୋଟ୍‌ । ସହର ବାଛୁଛି ନେତା। ସଂଧ୍ୟା ୫ଟା ଯାଏ ଚାଲିବ ମତଦାନ । ରାଜ୍ୟର ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ହେଉଛି ଭୋଟଗ୍ରହଣ । ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।

ପୌର ନିର୍ବାଚନରେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ମୋଟ୍‌ ୨୦୫ ପ୍ଲାଟୁନ ପୋଲିସ ଫୋର୍ସ । ୧୦୬ଟି ଏନଏସି ଓ ମ୍ୟୁନିସିପାଲଟିରେ ୧୭୩୧ ଓ୍ଵାର୍ଡ ପାଇଁ ହୋଇଛି ୩ ହଜାର ୬୮ ବୁଥ । କେବଳ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ମୁତୟନ ହୋଇଛନ୍ତି ୧୦୫ ପ୍ଲାଟୁନ ପୋଲିସ ଫୋର୍ସ ।

ସମ୍ବେଦନଶୀଳ ବୁଥ ଗୁଡ଼ିକରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି । ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ ୬୭ଟି ୱାର୍ଡରେ ଥିବା ୭ଲକ୍ଷ ୨୫ହଜାରରୁ ଅଧିକ ଲୋକ ମତଦାନ ସାବ୍ୟସ୍ତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.