ଗିରଫ ହେଲା ନକଲି ବର: ମିଛ କହି ବିବାହ କରିବାକୁ ଚେଷ୍ଟା କରୁଥିବାବେଳେ ହୋଇଥିଲା କାବୁ

କଣ୍ଟାବାଞ୍ଜି(କେନ୍ୟୁଜ୍): ଗିରଫ ହେଲା ନକଲି ବର। କଣ୍ଟାବାଞ୍ଜି ଥାନା ଚାଉଲଶୁଖା ଗାଁକୁ ବର ବେଶରେ ଆସିଥିବା ଯୁବକ ସାଲେପଡ଼ା ଗାଁର ଲକ୍ଷ୍ମୀକାନ୍ତ ତିୱାରୀକୁ ଗିରଫ କରିଛି ପୋଲିସ। ଲକ୍ଷ୍ମୀକାନ୍ତ ନିଜକୁ କଳାହାଣ୍ଡି ଜିଲ୍ଲାର ସରକାରୀ ଚାକିରିଆ ଭାବେ ପରିଚୟ ଦେଇଥିଲା। ଏହା ସହ ନିଜକୁ ପ୍ରକାଶ ସାହୁ ନାଁରେ ପରିଚୟ ଦେଇ ବିବାହ କରିବାକୁ ଆସିଥିଲା।

ଯୋଜନା ଆନୁସାରେ ୨୧ ତାରିଖ ରାତିରେ ବରଯାତ୍ରୀ ଆସିବାର ଥିଲା। କିନ୍ତୁ କନ୍ୟା ଘରକୁ ବର ଏକୁଟିଆ ଆସିବାରୁ ଗାଁ ଲୋକ ସନ୍ଦେହ କରି ନକଲି ବରକୁ ଅଟକ ରଖିଥିଲେ। ରାତି ତମାମ ଉତ୍ତମ ମଧ୍ୟମ ମଧ୍ୟ ଦେଇଥିଲେ ଗାଁ ଲୋକେ। ସକାଳେ କଣ୍ଟାବାଞ୍ଜି ପୋଲିସ ଲକ୍ଷ୍ମୀକାନ୍ତକୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରା ଉଚରା କରିଥିଲା। ସେ ବିବାହିତ ହୋଇଥିବା ବେଳେ ସେ ଝିଅ ଘର ଲୋକଙ୍କୁ ମିଛ କହି ବିବାହ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.