ରାଜ୍ୟରେ ଜାରି ରହିଛି ଶୀତ ଲହରି, ଆହୁରି ୪ଦିନ ଥରାଇବ

ଖସୁଛି ପାରଦ, ବଢ଼ୁଛି ଜାଡ। କମୁଛି ରାତି ତାପମାତ୍ରା । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ଅନେକ ସ୍ଥାନରେ ରାତିର ତାପମାତ୍ରା ୧୨ ଡିଗ୍ରୀ ତଳକୁ ହ୍ରାସ ପାଇଲାଣି । ଶୀତ ଲହରି ଆହୁରି ୪ ଦିନ ଜାରି ରହିବ । ୧୭ ତାରିଖ ଯାଏ ପାରଦ ତଳମୁହାଁ ହେବ ।

ଭୁବନେଶ୍ୱର (କେନ୍ୟୁଜ): ଖସୁଛି ପାରଦ, ବଢ଼ୁଛି ଜାଡ। କମୁଛି ରାତି ତାପମାତ୍ରା । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ଅନେକ ସ୍ଥାନରେ ରାତିର ତାପମାତ୍ରା ୧୨ ଡିଗ୍ରୀ ତଳକୁ ହ୍ରାସ ପାଇଲାଣି । ଶୀତ ଲହରି ଆହୁରି ୪ ଦିନ ଜାରି ରହିବ । ୧୭ ତାରିଖ ଯାଏ ପାରଦ ତଳମୁହାଁ ହେବ । ଆଜି କୋରାପୁଟ, ଫୁଲବାଣୀ, କେନ୍ଦୁଝର, ଅନୁଗୋଳ, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀକୁ ଖସିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଗତ ୨୪ ଘଣ୍ଟାରେ ସବୁଠୁ ଥଣ୍ଡା ସହର ପାଲଟିଥିଲା କେନ୍ଦୁଝର । ସେଠାରେ ୯.୬ ଡିଗ୍ରୀ ରହିଥିଲା ସର୍ବନିମ୍ନ ତାପମାତ୍ରା । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ଶୀତ ଜାରି ରହିବ। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.