Below header

ଆଜିଠୁ କୋରାପୁଟରେ ଗଡ଼ିବ ଲକ୍ଷ୍ମୀ ବସ୍ , ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ କୋରାପୁଟ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ଜିଲ୍ଲାରେ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟ ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୫୦ଟି ରୁଟରେ ଚଳାଚଳ କରିବ ୪୫ଟି ଲକ୍ଷ୍ମୀ ବସ ।

କୋରାପୁଟ (କେନ୍ୟୁଜ): ଆଜିଠୁ କୋରାପୁଟ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ଜିଲ୍ଲାରେ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କୋରାପୁଟ ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୫୦ଟି ରୁଟରେ ଚଳାଚଳ କରିବ ୪୫ଟି ଲକ୍ଷ୍ମୀ ବସ । ବର୍ତ୍ତମାନ ସୁଦ୍ଧା ମାଲକାନଗିରି, ଗଜପତି, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇସାରିଛି ।

ପ୍ରଥମ ପର୍ଯ୍ୟାରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଚଳାଚଳ ପାଇଁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । ଲକ୍ଷ୍ମୀ ଯୋଜନାରେ ଗ୍ରାମାଞ୍ଚଳରେ ପରିବହନ ସେବାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୩ହଜାର ୧୭୮ କୋଟି ଟଙ୍କା। ଅତିରିକ୍ତ ବଜେଟରେ ଯୋଜନା ପାଇଁ ୫୫୬ କୋଟି ଟଙ୍କାର ଅର୍ଥ ବରାଦ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.