ଗୁରୁଗ୍ରାମରେ ପ୍ଲାନ୍, ସଂସଦ ଭବନରେ ଆତଙ୍କ ; ଘଟଣାରେ ୬ ଜଣ ସନ୍ଦିଗ୍ଧ ଥିବା ସୂଚନା

ଲୋକସଭାରେ ସ୍ମୋକ୍ ଆକ୍ରମଣ ପଛରେ ୪ ନୁହେଁ, ୬ ଜଣ ଅଛନ୍ତି । ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତା ନାଁ ବିବେକ ଶର୍ମା ଓ ଘର ଗୁରୁଗ୍ରାମରେ । ଆଉ ଜଣେ ଅଭିଯୁକ୍ତ ଗୁରୁଗ୍ରାମର ଲଳିତ ଝା ଫେରାର୍ ଅଛି । ତାକୁ ଧରିବା ପାଇଁ ତନାଘନା ତଦନ୍ତ ଚଳାଇଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ।

ନୂଆଦିଲ୍ଲୀ : ଲୋକସଭାରେ ସ୍ମୋକ୍ ଆକ୍ରମଣ ପଛରେ ୪ ନୁହେଁ, ୬ ଜଣ ଅଛନ୍ତି । ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତା ନାଁ ବିବେକ ଶର୍ମା ଓ ଘର ଗୁରୁଗ୍ରାମରେ । ଆଉ ଜଣେ ଅଭିଯୁକ୍ତ ଗୁରୁଗ୍ରାମର ଲଳିତ ଝା ଫେରାର୍ ଅଛି । ତାକୁ ଧରିବା ପାଇଁ ତନାଘନା ତଦନ୍ତ ଚଳାଇଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ । UAPA ସେକ୍ସନରେ ଏକ ମାମଲା କରି ତଦନ୍ତ ଜାରି ରହିଛି ।

ଗତକାଲି ସଂସଦ ଭିତରେ ସ୍ମୋକ୍ ଆକ୍ରମଣ କରିଥିବା ସାଗର ଶର୍ମା ଓ ଡି. ମନୋରଞ୍ଜନଙ୍କ ସମେତ ବାହାରେ ବିକ୍ଷୋଭ ସହ ରଙ୍ଗୀନ ଧୂଆଁ ଛାଡ଼ିଥିବା ନୀଲମ ଦେବୀ ଓ ଅମୋଲ ସିନ୍ଦେଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ପଚରାଉଚରା ବେଳେ ସାମନାକୁ ଆସିଛନ୍ତି ବିବେକ ଶର୍ମା ଓ ଲଳିତ ଝା । ୬ ଜଣ ସଂସଦ ସୁରକ୍ଷା ବଳୟ ଭେଦି ସ୍ମୋକ ଆଟାକ୍ ପାଇଁ ପ୍ଲାନ୍ କରିଥିଲେ । ଏମାନେ ସମସ୍ତେ ଅନଲାଇନରେ ପରିଚିତ ହୋଇଥିଲେ । ୪ ବର୍ଷ ହେବ ସମସ୍ତେ ସମସ୍ତଙ୍କୁ ଜାଣିଛନ୍ତି । କିଛି ଦିନ ତଳେ ସ୍ମୋକ୍ ଆଟାକ୍ ପ୍ଲାନ୍ କରିଥିଲେ । ଗୁରୁଗ୍ରାମରେ ବିବେକ ଶର୍ମାଙ୍କ ଘରେ ୫ ଜଣ ରହିଥିଲେ । ସ୍ମୋକ୍ ଆକ୍ରମଣକୁ ରୂପ ଦେବା ପାଇଁ କରିଥିଲେ ଯୋଜନା । ସମସ୍ତେ ଭିତରକୁ ଯିବା ପାଇଁ ଯୋଜନା କରିଥିବା ବେଳେ କେବଳ ସାଗର ଓ ଡି. ମନୋରଞ୍ଜନଙ୍କୁ ପାସ୍ ମିଳିଥିଲା । ବାହାରେ ଥିଲେ ନିଲମ, ଅମୋଲ ଓ ଲଳିତ । ୪ ଜଣ ଗିରଫ ହେବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଲଳିତ । ତାପାଖରେ ରହିଛି ସମସ୍ତଙ୍କର ମୋବାଇଲ୍ ଫୋନ୍ ।

ସ୍ମୋକ୍ ଆକ୍ରମଣର ପ୍ରକୃତ ମୋଟିଭ୍ କଣ ଥିଲା ? ଏମାନଙ୍କୁ ଏମିତି କରିବାକୁ କେହି କହିଥିଲେ କି ? ପ୍ରକୃତ କାରଣ କଣ ? କେବେଠାରୁ ପ୍ଲାନ୍ କରିଥିଲେ ? କୌଣସି ଆତଙ୍କବାଦୀ ସଂଗଠନ କି ଅନ୍ୟ କାହାର ସଂପୃକ୍ତି ନେଇ ଏଯାଏ କୌଣସି ସୁରାକ ମିଳିନାହିଁ । ଅଭିଯୁକ୍ତମାନଙ୍କର ବ୍ୟାକଗ୍ରାଉଣ୍ଡ ଯାଞ୍ଚ ଚାଲିଛି । ଆଣ୍ଟି ଟେରର ସେଲ୍ ଓ ଦିଲ୍ଲୀ ପୋଲିସ ଅଧିକ ଖୋଳତାଡ ଚଳାଇଛି । ସାଗର ଶର୍ମାର ଘର ଲକ୍ଷ୍ନୌରେ ଓ ମନୋରଞ୍ଜନ କର୍ଣ୍ଣାଟକ ମହୀଶୂର ବାସିନ୍ଦା । ହରିଆଣା ହିସାରର ନିଲମ ଦେବୀ ଓ ମହାରାଷ୍ଟ୍ର ଲାଟୁରର ଅମୋଲ ସିନ୍ଦେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.