୨୪ରୁ ପୁଣି ପଶ୍ଚିମା ଝଡ଼, ଆସନ୍ତା ୪୮ ଘଣ୍ଟା ଯାଏ ରହିଛି ବର୍ଷା ସମ୍ଭାବନା

୨୪ରୁ ପୁଣି ପଶ୍ଚିମା ଝଡ଼ । ପୁଣି ଆଣିବ ଝଡ଼ ତୋଫାନ । ଆସନ୍ତା ୪୮ ଘଣ୍ଟା ଯାଏ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାରେ ବର୍ଷା ହୋଇପାରେ । ୨୩ରୁ କମିବ ବର୍ଷା । ଉତ୍ତର ପଶ୍ଚିମ ଦିଗ ଦେଇ ଆଉ ଏକ ପଶ୍ଚିମା ଝଡ଼ ରାଜ୍ୟକୁ ପ୍ରବେଶ କରିବ । ଫଳରେ ଆସନ୍ତା ୨୫ରୁ ପୁଣି ବର୍ଷା ହେବ । ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ।

ଭୁବନେଶ୍ୱର(କେନ୍ୟୁଜ) : ୨୪ରୁ ପୁଣି ପଶ୍ଚିମା ଝଡ଼ । ପୁଣି ଆଣିବ ଝଡ଼ ତୋଫାନ । ଆସନ୍ତା ୪୮ ଘଣ୍ଟା ଯାଏ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାରେ ବର୍ଷା ହୋଇପାରେ । ୨୩ରୁ କମିବ ବର୍ଷା । ଉତ୍ତର ପଶ୍ଚିମ ଦିଗ ଦେଇ ଆଉ ଏକ ପଶ୍ଚିମା ଝଡ଼ ରାଜ୍ୟକୁ ପ୍ରବେଶ କରିବ । ଫଳରେ ଆସନ୍ତା ୨୫ରୁ ପୁଣି ବର୍ଷା ହେବ । ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ।

ରାଜ୍ୟରେ ଗତ ତିନି ଦିନ ଧରି ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିଛି । ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ରାୟଗଡ଼ା ଜିଲ୍ଲାରେ କୁଆପଥର ମାଡ଼ ହୋଇଥିଲା । ବହୁ ସ୍ଥାନରେ ଗଛ ଉପାଡ଼ି ଦେଇଥିବା ବେଳେ ଛପର ଘର ଉଡ଼ି ଯାଇଥିଲା । ଆଜି ରାଜଧାନୀରେ ସକାଳୁ ସକାଳୁ ବର୍ଷା ।

ଭୁବନେଶ୍ୱରରେ ପବନ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ୭ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି କରିଥିଲା ପାଣିପାଗ କେନ୍ଦ୍ର । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବ । ଏହି ସମୟରେ ପବନର ବେଗ ୫୦ରୁ ୬୦ କିଲୋମିଟର ରହିଥିଲା । ବର୍ଷା ପ୍ରଭାବରେ ରାଜ୍ୟରେ ୧୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଦିନକ ପରେ ପୁଣି ତାପମାତ୍ରା ବୃଦ୍ଧି ପାଇବ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.