ମଝି ଆକାଶରେ ଯାତ୍ରୀଙ୍କୁ ଆସିଲା ହାର୍ଟଆଟାକ, ମିଆଁମାରରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ବ୍ୟାଙ୍କକରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ବିମାନରେ ଯାତ୍ରୀ ମୃତ । ହାର୍ଟଆଟାକ ଯୋଗୁଁ ଯାତ୍ରୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏଥିପାଇଁ ମିଆଁମାରରେ ଜରୁରୀ ଅବତରଣ କରିଥିଲା ବିମାନ ।

ବ୍ୟାଙ୍କକରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ବିମାନରେ ହାର୍ଟଆଟାକ ଯୋଗୁଁ ମୃତ୍ୟୁ ହୋଇଥିବା ଖବର ମିଳିଛି । ବିମାନ ମଧ୍ୟରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ବିମାନକୁ ମିଆଁମାରରେ ଜରୁରୀକାଳୀନ ଅବତରଣ କରିଥିଲା । ହେଲେ ଯାତ୍ରୀଙ୍କ ଜୀବନ ବଞ୍ଚିପାରିନଥିଲା।

ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ ୬ ଇ-୫୭ରେ ଜଣେ ଯାତ୍ରୀଙ୍କର ହଠାତ୍‌ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା । ଯାତ୍ରୀଙ୍କ ହାର୍ଟଆଟାକ ଆସିବା ଯୋଗୁଁ ବିମାନକୁ ମିଆଁମାରରେ ଜରୁରୀ ଅବତରଣ କରାଯାଇଥିଲା । ବିମାନଟି ବ୍ୟାଙ୍କକରୁ ଅପରାହ୍ନ ୪ଟାରେ ଟେକଅଫ୍‌ କରିଥିଲା। କିନ୍ତୁ ବିମାନଟି ଉଡାଣ ଭରିବାର ପାଖାପାଖି ୫ ଘଣ୍ଟା ପରେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାଯୋଗ୍ୟ, ଦିଲ୍ଲୀରୁ ଦୋହା ଉଡାଣ ଭରିଥିବା ଇଣ୍ଡିଗୋ ବିମାନ ପାକିସ୍ତାନର କରାଚିରେ କଲା ଜରୁରୀ ଅବତରଣ । ବିମାନଟି ଉଡାଣ ଭରି ଯାଉଥିବା ଯିବା ବାଟରେ ବିମାନ ଭିତରେ ହିଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ତେଣୁ ଦୋହାରେ ପହଞ୍ଚିବା ପୂର୍ବରୁ ବିମାନକୁ ଜରୁରୀ ଅବତରଣ କରିଥିଲା ।

ନିକଟରେ ଇଣ୍ଡିଗୋ ୬ଇ-୧୭୩୬ ଫ୍ଲାଇଟ ଦିଲ୍ଲୀରୁ ରବିବାର ରାତି ୧୦.୦୫ରେ କତାରର ଦୋହା ଅଭିମୁଖେ ଉଡାଣ ଭରିଥିଲା। କିନ୍ତୁ ହଠାତ୍ ନାଇଜେରିଆର ଜଣେ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଚିକିତ୍ସା ପାଇଁ ଜରୁରୀ ଅବତରଣ କରାଯାଇଥିଲା । ମେଡିକାଲ ଇମରଜେନ୍ସି କାରଣ ଦର୍ଶାଇ ବିମାନଟି ରୁଟ ପରିବର୍ତ୍ତନ କରିବା ସହ କରା ଚିରେ ଅବତରଣ କରିଥିଲା । କିନ୍ତୁ ଅବତରଣ ପରେ ଏୟାରପୋର୍ଟର ମେଡିକାଲ ଟିମ୍ ଯାତ୍ରୀଙ୍କୁ ମୃତ ଘୋଷଣା କରିଥିଲା । ମେଡିକାଲ ଇମରଜେନ୍ସି କାରଣରୁ ଏୟାର ଟ୍ରାଫିକ କଣ୍ଟ୍ରୋଲର ପକ୍ଷରୁ ପାଇଲଟଙ୍କୁ ଜରୁରୀ ଅବତରଣ କରିବା ପାଇଁ ଅନୁମତି ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.