Below header

ସୁପାରୀ ଦେଇ ପ୍ରେମିକର ଜୀବନ ନେଇଥିଲା ପ୍ରେମିକା, ଘଟଣାର ପର୍ଦ୍ଦାଫାସ କଲା ସୁବଳୟା ପୋଲିସ୍

ବହୁପ୍ରତିକ୍ଷିତ ଡମ୍ୱରୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ସୁବଳୟା ପୋଲିସ୍ । ବିଳମ୍ୱରେ ହେଲେ ମଧ୍ୟ ହତ୍ୟାକାରୀକୁ ଗିରଫ କରାଯାଇଛି । ପ୍ରେମ ପ୍ରତାରଣା ପାଇଁ ପ୍ରେମିକା ସୁପାରି ଦେଇ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।

ସୁବର୍ଣ୍ଣପୁର(କେନ୍ୟୁଜ) : ବହୁପ୍ରତିକ୍ଷିତ ଡମ୍ୱରୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ସୁବଳୟା ପୋଲିସ୍ । ବିଳମ୍ୱରେ ହେଲେ ମଧ୍ୟ ହତ୍ୟାକାରୀକୁ ଗିରଫ କରାଯାଇଛି । ପ୍ରେମ ପ୍ରତାରଣା ପାଇଁ ପ୍ରେମିକା ସୁପାରି ଦେଇ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଏହାର ଡେମୋ କରି ସତକଥା ମାନିଛି ହତ୍ୟାକାରୀ । ମୁଖ୍ୟ ଅଭିଯୁକ୍ତ ଝିଲି ଓରଫ କାଜଲ ସମେତ ଆଉ ୨ଜଣ ହତ୍ୟାକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ମୁତାବକ, ସେଦିନ ଥିଲା ୨୦୨୪ ଜାନୁୟାରୀ ମାସ ୨୬ ତାରିଖ । ସଂନ୍ଧ୍ୟା ସମୟରେ ଅଭିଯୁକ୍ତ ରାଜିବ ଭୋଜି କରିବା ପାଇଁ ଡମ୍ୱରୁଙ୍କୁ କହିଥିଲା । ଏହାପରେ ଡମ୍ୱରୁ ପ୍ରାୟ ରାତି ୭ ଟାରେ ଚା ଦୋକାନ ବନ୍ଦ କରି ସ୍କୁଟିରେ ସୁବଳୟାର ଏକ ବିଦେଶି ମଦ ଦୋକାନରୁ ମଦ, ପାଣି ବୋଟଲ, ସହିତ ଅନ୍ୟ ଏକ କୁକୁଡା ଦୋକାନରୁ ରନ୍ଧା କୁକୁଡା ମାଂସ କିଣି ରତି ସହିତ ଆସି ଡମ୍ୱରୁକୁ ଭେଟିଥିଲେ । ଏହାପରେ ତିନି ଜଣ ସାଙ୍ଗ ହୋଇ ସାଲେପଦର ରୁଗୁଡି ବନ୍ଧକୁ ଯାଇ ସେଠାରେ ମଦ୍ୟପାନ କରିଥିଲେ । ଯୋଜନା ମୁତାବକ ସୁପାରି ଦେଇଥିବା ମୁଖ୍ୟ ଅଭିଯୁକ୍ତ କାଜଲର ଯୋଜନା ମୁତାବକ ସେଠାରେ ଏକ କୁରାଢୀରେ ତାକୁ ହତ୍ୟା କରାଯାଇ ଦୁର୍ଘଟଣାର ରୂପଦେବା ସହ ତଥ୍ୟ ଲୁଚାଇବାପାଇଁ ସମସ୍ତ ମାରଣାସ୍ତ୍ର ଲୁଚାଇଦେଇ ସେଠାରୁ ଫେରାର ମାରିଥିଲେ । ହତ୍ୟାକାରୀଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିବାପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି ।

ଏହି ଘଟଣାକୁ ସହଜରେ ହଜମ କରିପାରିନଥିଲେ ଡମ୍ୱରୁର ପରିବାର ଲୋକେ । ଏହି ଘଟଣା ଦୁର୍ଘଟଣା ନୁହେଁ ବରଂ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମାମଲା ଦାୟର କରିଥିଲେ ସୁବଳୟା ଥାନାରେ । ଏନେଇ ସୁବଳୟା ଥାନା କେସ ନଂ 19/26.01.2024 ରେ ଏକ ମାମଲା ଦାୟର କରିଥିଲେ ମୃତ ଡମ୍ୱରୁଙ୍କ ବାପା ସୁରେଶ ଅଧିକାରୀ । ପରିବାର ପକ୍ଷରୁ ଦେଇଥିବା ଏତଲା ଆଧାରରେ ପୋଲିସର ଛାନଭିନ ପରେ ଫୋନ ଟ୍ରାକିଙ୍ଗ କରାଯାଇ ପ୍ରେମିକା କାଜଲକୁ ଗିରଫ କରି ହତ୍ୟାକାଣ୍ଡରେ ସଂଶ୍ଳିଷ୍ଟ ଥିବା ଦୁଇ ଅପରାଧିଙ୍କୁ ଧରିବାରେ ସଫଳ ହୋଇଥିଲା ।

ଘଟଣାରେ ମୁଖ୍ୟ ଅଭିଯୁକ୍ତା ବାରକୋଟ ଥାନା ବାଷଧରି ଗାଁର ଝିଲି ଓରଫ କାଜଲ, ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ବଡଖମାର ଗାଁର ରାଜୀବ କୁମ୍ଭାର ଏବଂ ବୀରମହାରାଜପୁର ଥାନା ବାଗବର ଗାଁର ରତି ନାଏକ ବୋଲି ଜଣାଯାଇଛି । ସୂଚନା ଅନୁସାରେ ଅଭିଯୁକ୍ତ ଝିଲି ଏକ ବ୍ୟାଣ୍ଡ ପାଟୀରେ ନୃତ୍ୟାଙ୍ଗନା ଭାବରେ କାମ କରୁଥିବା ବେଳେ ଡମ୍ୱରୁ ସେହି ପାଟିର ଜଣେ କଳାକାର ଭାବେ କାମ କରୁଥିଲେ ।

ଆଜକୁ ଦିର୍ଘ ୫ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଡମ୍ୱରୁ ଅନ୍ୟ ଏକ ଝିକୁ ଭଲପାଇବାରୁ କାଜଲ ତାକୁ ଯୋଜନା କରି ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା । ପରେ ରାଜିବ ଏବଂ ରତିକୁ ସୁପାରିଦେଇ ହତ୍ୟା କରିଥିଲା । କାଜଲ କହିବା ଅନୁସାରେ ୦ ହଜାର ଟଙ୍କାର ମୁଲଚାଲ ହେବାପରେ ଅଗ୍ରୀମ ଆକାରରେ ୧୦ ହଜାର ଟଙ୍କା ଫୋନ ପେ ମାଧ୍ୟମରେ ଦୁଇ ସୁପାରି କିଲରଙ୍କୁ ଦେଇଥିଲା ।

ଯୋଜନା ମୁତାବକ ହତ୍ୟା କରିଥିବା ବେଳେ ହତ୍ୟାକାଣ୍ଡର ପର୍ଦାଫାସ କରିବାରେ ସଫଳ ହୋଇଥିବା ସହ ହତ୍ୟାକାରୀଙ୍କୁ କୋର୍ଟ ଚାଳାଣ କରିଛି ସୁବଳୟା ପୋଲିସ୍ । ଏନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ତେବେ ଏହି ଘଟଣାରେ ଆଉ କିଏ ସଂମ୍ପୃକ୍ତ ଅଛି କି ନାହିଁ ତାକୁ ଛାନଭିନ କରିବାସହ ସୁପାରୀ ଦେଇ ହତ୍ୟା କରିଥିବା ହତ୍ୟାକାରୀଙ୍କୁ ଫାଶି ଖୁଂଟରେ ଝୁଲାଇବା ପାଇଁ ପରିବାର ପକ୍ଷରୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.