ଉତ୍ତରାଖଣ୍ଡରେ ୟୁସିସି ବିଲ୍‌ ଆଗତ, ସମସ୍ତଙ୍କୁ ସୁହାଇବ ଆଇନ

ଭାରତର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା (UCC) ବିଲ୍‌ ଆଗତ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂ ଧାମି । ଉତ୍ତରାଖଣ୍ଡ ବିଧାନସଭାରେ ବିଲ୍ ପାରିତ ହେବା ପରେ ଆଇନରେ ପରିଣତ ହୋଇଯିବ । ସମାନ ନାଗରିକ ସଂହିତା ବିଲ୍ ଆଇନରେ ପରିଣତ ହେଲେ ରାଜ୍ୟର ସବୁ ଧର୍ମର ଲୋକ ଉପକୃତ ହେବେ ।

ଭାରତର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା (UCC) ବିଲ୍‌ କାର୍ଯ୍ୟକାରୀ ହୋଇଛି । ଐତିହାସିକ ବିଲକୁ ଆଗତ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର  ସିଂ ଧାମି । ଉତ୍ତରାଖଣ୍ଡ ବିଧାନସଭାରେ ବିଲ୍ ପାରିତ ହେବା ପରେ ଆଇନରେ ପରିଣତ ହୋଇଯିବ । ସମାନ ନାଗରିକ ସଂହିତା ବିଲ୍ ଆଇନରେ ପରିଣତ ହେଲେ ରାଜ୍ୟର ସବୁ ଧର୍ମର ଲୋକ ଉପକୃତ ହେବେ ।

ବିଲ୍‌ ଆଗତ ହେବା ସମୟରେ ବିଧାନସଭାରେ ଜୟ ଶ୍ରୀରାମ ନାରା ମଧ୍ୟ ଲଗାଇଥିଲେ ବିଧାୟକ । ଆଜି ଅପରାହ୍ନ ୨ଟାରେ ବିଧାନସଭା କାର୍ଯ୍ୟ ଆରମ୍ଭ ହେବ । ଏହି ବିଲ୍‌କୁ ନେଇ ବିପକ୍ଷ ଦଳ ବିଧାନସଭାରେ ଧାରଣା ଦେଉଛି । ୟୁସିସି ବିଲକୁ କଂଗ୍ରେସ ଏବଂ ମୁସଲିମ ସଂଗଠନ ବିରୋଧ କରୁଛି । ଗତ ୪ ତାରିଖରେ ରାଜ୍ୟ କ୍ୟାବିନେଟରେ ୟୁସିସି ଡ୍ୟାଫ୍ଟକୁ ମଞ୍ଜୁରୀ ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀମାନେ ଏହା ଉପରେ ଚର୍ଚ୍ଚା କରିଥିଲେ । ବିଧାନସଭା ଅଧିବେଶନରେ ଏହି ବିଲକୁ ଆଗତ କରାଯିବ ବୋଲି କୁହାଯାଇଥିଲା ।

ତେବେ ୨୦୨୪ ନିର୍ବାଚନ ପୂର୍ବରୁ ୟୁସିସି ବିଲ୍‌ ଆଗତ ହେବା ଧାମି ସରକାର ପାଇଁ ଗେମ୍‌ ଚେଞ୍ଜର ହୋଇପାରେ । କିଛି ସଂଗଠନ ଏହାକୁ ବିରୋଧ କରୁଛନ୍ତି । କିନ୍ତୁ ସକରାର କରିଛନ୍ତି ଏହି ବିଲ୍‌ ଦ୍ୱାରା କାହାକୁ କ୍ଷତି ପହଞ୍ଚିବ ନାହିଁ । ବିରୋଧୀଙ୍କ ପ୍ରଦର୍ଶନ ଦେଖି ବିଧାନସଭା ଆଖପାଖରେ ୧୪୪ ଧାରା ଲାଗୁ ହୋଇଛି ।

UCC ବିଲ୍‌ ଆଗତ ହେବା ପରେ କ’ଣ ପରିବର୍ତ୍ତନ ହେବ ?

– ଯୁବତୀଙ୍କ ବିବାହ ବୟସ ୧୮ ଓ ଯୁବକଙ୍କ ବିବାହ ବୟସ ୨୧ ବର୍ଷ ହୋଇଯିବ ।
– ବିବାହ ପଞ୍ଜିକରଣ ବାଧ୍ୟତାମୂଳକ ହେବ ।
– ପତି-ପତ୍ନୀ ଉଭୟଙ୍କ ପାଇଁ ତଲାକର ସମାନ କାରଣ ଓ ଆଧାର ଉପଲବ୍ଧ ହେବ ।
– ପତ୍ନୀ ଜୀବିତ ଥାଇ ଦ୍ୱିତୀୟ ବିବାହ ମନା । ଉତ୍ତରାଧୀକାରୀ ଭାବେ ପୁଅ-ଝିଅଙ୍କୁ ସମାନ ଅଧିକାର ମିଳିବ ।
– ଲିଭ-ଇନ-ରିଲେସନଶିପରେ ଘୋଷଣାପତ୍ର ଆବଶ୍ୟକ ହେବ । ଲିଭ-ଇନରେ ରହୁଥିବା ଲୋକଙ୍କୁ ପିତା-ମାତାଙ୍କୁ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ । ଏଥିପାଇଁ ରେଜିଷ୍ଟ୍ରେସନ ଜରୁରୀ ହେବ ।
– ବିବାହ ପଞ୍ଜିକରଣ ନକଲେ ସରକାରୀ ସୁବିଧାରୁ ବଞ୍ଚିତ ହୋଇପାରନ୍ତି ।
– ଚାକିରିଆ ପୁଅର ମୃତ୍ୟୁ ପରେ ବୃଦ୍ଧ ପିତାମାତଙ୍କ ଭରଣପୋଷଣ ଦାୟିତ୍ୱ ପତ୍ନୀ ବହନ କରିବେ ଓ ତାଙ୍କୁ ସହାୟତା ମିଳିବ । ପତିଙ୍କ ମୃତ୍ୟୁ ପରେ ପତ୍ନୀ ପୁନର୍ବିବାହ କଲେ ସହାୟତା ପିତାମାତାଙ୍କୁ ମିଳିବ ।
– ଅନୁସୂଚିତ ଜନଜାତି ଲୋକମାନେ ଏହି ପରିଧିରୁ ବାହାରେ ରହିବେ । ପତି-ପତ୍ନୀଙ୍କ ମଧ୍ୟରେ ବିବାଦ କ୍ଷେତ୍ରରେ ପିଲାଙ୍କର ଦାୟିତ୍ୱ ଜେଜେ ବାବା-ଜେଜେ ମା’ଙ୍କୁ ଦିଆଯାଇପାରେ ।
– ଅନାଥ ଶିଶୁଙ୍କ ସଂରକ୍ଷଣ ପ୍ରକ୍ରିୟାକୁ ସରଳ କରାଯିବ । ମୁସଲିମ ମହିଳାଙ୍କ ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ଅଧିକାର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.