ସଡ଼କରେ ଭିକ ମାଗୁଥିବାର ନଜର ଆସିଲେ ଶିବ ଠାକରେ, ମୁହଁର ଅବସ୍ଥା ଦେଖି ଚିଲ୍ଲାଇଲେ ମହିଳା

ଶିବ ଠାକରେ ନିଜ ମୁହଁରେ ଭୟଙ୍କର ମେକଅପ୍‌ ନେଇଥିଲେ ଏବଂ ପରେ ସଡ଼କରେ ଭିକ ମାଗିବା ଆରମ୍ଭ କରିଥିଲେ । ଶିବଙ୍କୁ ଏଭଳି ଅବସ୍ଥାରେ ଦେଖିବା ପରେ ସାଧାରଣ ଲୋକେ ବହୁତ ଡରି ଯାଇଥିଲେ । କିଛି ଲୋକ ତାଙ୍କୁ ଦେଖିବା ପରେ ଦୂରକୁ ପଳାଇଥିବାର ମଧ୍ୟ ନଜର ଆସିଥିଲେ ।

ଶିବ ଠାକରେଙ୍କୁ କିଏ ବା ନଜାଣେ । ବିଗ୍‌ ବସ୍‌ ୧୬ରୁ ସେ ଫ୍ୟାନ୍ସଙ୍କ ହୃଦୟ ଜିତିବା ଆରମ୍ଭ କରିଥିଲେ । ଏହା ପରେ ଖତରୋଁ କେ ଖିଲାଡ଼ିରେ ଜବରଦସ୍ତ ଷ୍ଟଣ୍ଟ କରୁଥିବାର ନଜର ଆସିଥିଲେ । ବର୍ତ୍ତମାନ ଝଲକ୍‌ ଦିଖଲାଜା ରେ ନିଜ ଡ୍ୟାନ୍ସର ଟ୍ୟାଲେଣ୍ଟକୁ ଦେଖାଉଛନ୍ତି । ଏହି ସୋ’ରେ ଶିବଙ୍କ ଡ୍ୟାନ୍ସିଙ୍ଗ୍‌ ସ୍କିଲର ବହୁତ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଶିବ ଠାକରେ ନିଜର ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।

ଶିବ ଠାକରେ ନିଜ ମୁହଁରେ ଭୟଙ୍କର ମେକଅପ୍‌ ନେଇଥିଲେ ଏବଂ ପରେ ସଡ଼କରେ ଭିକ ମାଗିବା ଆରମ୍ଭ କରିଥିଲେ । ଶିବଙ୍କୁ ଏଭଳି ଅବସ୍ଥାରେ ଦେଖିବା ପରେ ସାଧାରଣ ଲୋକେ ବହୁତ ଡରି ଯାଇଥିଲେ । କିଛି ଲୋକ ତାଙ୍କୁ ଦେଖିବା ପରେ ଦୂରକୁ ପଳାଇଥିବାର ମଧ୍ୟ ନଜର ଆସିଥିଲେ । ଅଟୋରେ ବସିଥିବା ଜଣେ ମହିଳା ଶିବଙ୍କୁ ଏଭଳି ଅବସ୍ଥାରେ ଦେଖିବା ପରେ ଚିଲ୍ଲାଇବାକୁ ଲାଗିଥିଲେ । ତେବେ ଶିବ ଠାକରେ ଏମିତି ମେକଅପ୍‌ ନେଇଥିଲେ ଯେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଥିଲା ।

ଶିବ ଠାକରେଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ସେଲିବ୍ରିଟିଙ୍କ ସହ ଅନେକ ଫ୍ୟାନ୍ସ ଭିଡିଓରେ ରିଆକ୍ଟ କରିଛନ୍ତି । କିଛି ଲୋକ ଏହି ଭିଡିଓକୁ ଦେଖିବା ପରେ ହସିଛନ୍ତି । ଶିବ ଠାକରେଙ୍କ ଡ୍ୟାନ୍ସର ପ୍ରଶଂସା ହେଉ ନଥିବାରୁ ତାଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ଝଲକ ଦିଖଲାଜାକୁ ବିରୋଧ କରୁଛନ୍ତି ।

 

View this post on Instagram

 

A post shared by Shiv Thakare (@shivthakare9)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.