କଳାହାଣ୍ଡି: ଇନ୍ଦ୍ରାବତୀ ମୁଖିଗୁଡାର ନିଖୋଜ OHPC ଜିଏମ୍‌ଙ୍କ ମୃତଦେହ ଉଦ୍ଧାର, ପୋଷ୍ଟମର୍ଟମ ପରେ ଜଣାପଡ଼ିବ ମୃତ୍ୟୁର କାରଣ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଇନ୍ଦ୍ରାବତୀ ମୁଖିଗୁଡାର ନିଖୋଜ OHPC ଜିଏମ୍‌ଙ୍କ ମୃତଦେହ ଉଦ୍ଧାର । ମୁଖିଗୁଡ଼ାରୁ ୬ ଦିନ ପରେ ମିଳିଲା ମୃତଦେହ । ମୃତକ ହେଲେ ନାରାୟଣ ପ୍ରସାଦ ମେହେର । ମୃତ୍ୟୁର କାରଣ ଜାଣିବା ପାଇଁ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ୍‌ ପଠାଯାଇଛି । ‘ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡ଼ିବ’ ବୋଲି କଳାହାଣ୍ଡି SP ବି. ଗଙ୍ଗାଧର ସୂଚନା ଦେଇଛନ୍ତି । ସେହିପରି ‘ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଟ୍ରାନ୍‌ଜାକ୍ସନର ତଦନ୍ତ ଚାଲିଥିବା ଜଣାପଡିଛି । ଗତ ୧୭ ତାରିଖରେ ନାରାୟଣ ପ୍ରସାଦ ମେହେର ଅଫିସ ଯାଇ ନିଖୋଜ ହୋଇଯାଇଥିଲେ। ବାରମ୍ବାର ଫୋନ୍‌ କରିବା ପରେ ମଧ୍ୟ ଫୋନ୍‌ ଉଠାଇ ନଥିଲେ। ଏହାପରେ ନିଖୋଜ ନେଇ ନାରାୟଣଙ୍କ ପତ୍ନୀ ସୁରେଖା ମେହେର ଜୟପାଟଣା ଥାନାରେ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ତନାଘନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.