ଟିଟିଲାଗଡ଼ ଜିଆରପି ପୋଲିସକୁ ସଫଳତା, କୋରାପୁଟରୁ ରାଞ୍ଚିକୁ ଗଞ୍ଜେଇ ଚୋରା ଚାଲାଣବେଳେ ୩ଗିରଫ

ଟିଟିଲାଗଡ଼: ଟିଟିଲାଗଡ଼ ଜିଆରପି ପୋଲିସକୁ ସଫଳତା । କୋରାପୁଟରୁ ରାଞ୍ଚିକୁ ଚୋରା ଚାଲାଣବେଳେ ୩୯ କେଜି ଗଞ୍ଜେଇ ଜବତ । ଏହାସହ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍। ଆଜି ସକାଳୁ ବଲାଙ୍ଗିର ରେଳ ଷ୍ଟେସନର ମୁଣ୍ଡ ଅଞ୍ଚଳରେ ତିନିଜଣ ଯୁବକଙ୍କୁ ଦେଖିବାକୁ ମିଳିଥିଲା । ସେମାନଙ୍କ ହାବଭାବ ସନ୍ଦେହ ଜନକ ହେବାରୁ ଟିଟଲାଗଡ଼ ଜିଆରପି ଅଧିକାରୀ ସେମାନଙ୍କୁ ଅଟକ ରଖିବା ସହ ନିକଟରେ ଥିବା ବ୍ୟାଗ ଯାଞ୍ଚ କରିଥିଲେ । ବ୍ୟାଗ ଭିତରୁ ବ୍ୟାପକ ପରିମାଣର ଗଞ୍ଜେଇ ବାହରିଥିଲା । ଏନେଇ ଏକ ମାମଲା ଦାୟର କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ କୋରାପୁଟ ସେମିଲିଗୁଡାର ଯୋଗେନ୍ଦ୍ର କୁଲଦୀପ, ବିହାର ଦୀଲିପ ମଣ୍ଡଳ ଓ ରୂପେଶ କୁମାର । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.