ଖୁବଶ୍ରୀଘ୍ର OHRC ସଦସ୍ୟ ପଦ ପୂରଣ ହେବ: ହାଇକୋର୍ଟଙ୍କୁ ଅବଗତ କଲେ ସରକାରୀ ଓକିଲ

କଟକ(କେନ୍ୟୁଜ୍):ଓଡ଼ିଶା ରାଜ୍ୟ ମାନବାଧିକାର କମିସନରେ ସଦସ୍ୟ ପଦ ପୂରଣ ନେଇ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ଆଜି ହୋଇଥିବା ବେଳେ ଖୁବଶ୍ରୀଘ୍ର ସଦସ୍ୟ ପଦ ପୂରଣ ହେବ ବୋଲି ଆଜି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ସରକାରୀ ଓକିଲ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି, ଚଳିତ ସପ୍ତାହରେ ହାଇ ପାୱାର କମିଟି ବୈଠକ ବସିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି କୋର୍ଟକୁ ଅବଗତ କରାଯାଇଛି। ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ବିରୋଧୀ ଦଳର ନେତାଙ୍କ ବୈଠକ ବସି ଏହି ନିଷ୍ପତ୍ତି ନେବେ। ରାଜ୍ୟ ସରକାରଙ୍କ ଆଇନ ବିଭାଗର ଉପସଚିବ ଏ ନେଇ ଚିଠି କରି ସାରିଛନ୍ତି।

ଓଡ଼ିଶା ରାଜ୍ୟ ମାନବାଧିକାର କମିସନରେ ସଦସ୍ୟ ପଦ ପୂରଣ ପ୍ରସଙ୍ଗରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧ ତାରିଖରେ ହେବ ବୋଲି ଧାର୍ଯ୍ୟ କରିଛନ୍ତି। ଆବେଦନକାରୀ ଆଇନଜୀବୀ ପ୍ରବୀର ଦାସଙ୍କ ଆବେଦନ ଉପରେ ଶୁଣାଣି କରି ଅଦାଲତ ଏପରି ନିର୍ଦେଶ ଦେଇଛନ୍ତି।

ରାଜ୍ୟ ମାନବାଧିକାର କମିସନରେ ଜଣେ ଅଧ୍ୟକ୍ଷ ଥିବାବେଳେ ଦୁଇ ଜଣ ସଦସ୍ୟ ରହିବା କଥା। କିନ୍ତୁ ଦୀର୍ଘ ମାସ ମାସ ଧରି ଏକ ସଦସ୍ୟ ପଦ ଫାଙ୍କା ପଡିଥିବା ବେଳେ ପୂରଣ ଦିଗରେ ଧ୍ୟାନ ଦିଆଯାଉନାହି। ସଦସ୍ୟ ଅସିମ ଅମିତାଭ ଦାଶଙ୍କ କାର୍ଯ୍ୟକାଳ ୨୦୨୧ ଅଗଷ୍ଟ ମାସରୁ ଶେଷ ହୋଇଛି। ତେବେ ୩ ମାସ ମଧ୍ୟରେ ଏହି ପଦ ପୂରଣ କରିବା ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦେଶନାମା ଥିବାବଳେ ସରକାର ପୂରଣ କରିବାରେ ଅବହେଳା କରୁଥିବା ଅଭିଯୋଗ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜ୍ଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.