ଭେଡେନ: ୩ ବର୍ଷ ତଳେ ପୋଲିସ ଉପସ୍ଥିତିରେ ୩ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା, ପୋଲିସ ବିରୋଧରେ ମାମଲା ରୁଜୁ ପାଇଁ OHRCଙ୍କ ନିର୍ଦ୍ଦେଶ

ସମ୍ବଲପୁର(କେନ୍ୟୁଜ୍): ୩ବର୍ଷର ପୁରୁଣା ମାମଲାରେ ତଦନ୍ତ ପାଇଁ ଓଡ଼ିଶା ମାନବାଧିକାର କମିସନଙ୍କ ନିର୍ଦ୍ଦେଶ । ୨୦୧୬ର ଏକ ମାମଲାରେ ଭେଡେନ ଥାନା ପୋଲିସ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ କରିବାକୁ ଓଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ରେ ଭେଡେନ ଥାନା ରୂପାପାଲି ଗାଁର ତିନି ଜଣ ମହିଳାଙ୍କୁ ଘରୁ ଉଠାଇ ନେବା ପରେ ପୋଲିସ ଉପସ୍ଥିତିରେ ସେମାନଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ତିନି ଜଣଙ୍କ ମଧ୍ୟରୁ ୨ଜଣ ମହିଳା ଖସି ଆସିଥିବା ବେଳେ ୨ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଏନେଇ ୨୦୧୭ ମେ ୩ ତାରିଖରେ ଗଣେଶ ମଲ୍ଲିକ ଲିଖିତ ଭାବେ ଥାନାରେ ଜଣାଇଥିଲେ। ତେବେ ପୋଲିସ ମାମଲା ରୁଜୁ ନକରିବାରୁ ସେ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଏଚଆରସିଙ୍କ ନିର୍ଦ୍ଦେଶ କ୍ରମେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଭାର ଜଣେ ଡିଏସପି ର‍୍ୟାଙ୍କର ଅଫିସରଙ୍କୁ ଦିଆଯାଇଛି। ଭେଡେନ ଥାନାରେ ଏକ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏଥିରେ ଭେଡେନ ଥାନାର ତତ୍କାଳୀନ ଆଇଆଇସି ଓ ଏସଆଇଙ୍କ ସହ ଅନ୍ୟ ୮ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.