Below header

ତୈଳ ଦରର ପ୍ରଭାବ, ବଢ଼ିବ ଜିନିଷପତ୍ର ମୂଲ୍ୟ

ନୂଆଦିଲ୍ଲୀ : ଦିନକୁ ଦିନ ବଢ଼ି ଚାଲିଥିବା ତୈଳ ଦରର ପ୍ରଭାବ ଖୁବ୍ ଶୀଘ୍ର ଅତ୍ୟାବଶ୍ୟକ ଜିନିଷପତ୍ର ଉପରେ ପଡ଼ିବ । ତେଣୁ ପନିପରିବାଠାରୁ ଆରମ୍ଭ କରି ରାସନ୍ ଜିନିଷର ଦର ବଢ଼ିବ । ବିଶେଷ କରି ଫଳ ଓ ପନିପରିବା  ଦର ୧୦ରୁ ୧୫ ପ୍ରତିଶତ ବଢ଼ିବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା କରୁଛନ୍ତି । ଗତ ଅଗଷ୍ଟ ୧ ତାରିଖରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୬୭ ଟଙ୍କା ୮୨ ପଇସା ଏବଂ ପେଟ୍ରୋଲ ମୂଲ୍ୟ ୭୬ ଟଙ୍କା ୩୧ ପଇସା ଥିଲା । ତେବେ ଅଗଷ୍ଟ ୩୧ରେ ଡିଜେଲ ୭୦ ଟଙ୍କା ୨୧ ଓ ପେଟ୍ରୋଲ ୭୮ ଟଙ୍କା ୫୨ ପଇସାରେ ପହଞ୍ଚିଛି । ଡିଜେଲରେ ୨ ଟଙ୍କା ୩୯ ଓ ପେଟ୍ରୋଲରେ ୨ ଟଙ୍କା ୨୧ ପଇସା ବଢ଼ିଛି । ତୈଳ ଦର ବଢ଼ିବାରୁ ପରିବହନ କ୍ଷେତ୍ର ପ୍ରଭାବିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.