ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ୪ ମହିଳା ଓଡ଼ିଆ ହକି ଖେଳାଳିଙ୍କୁ ମିଳିବ ୪କୋଟି ଟଙ୍କା ପୁରସ୍କାର

ଭୁବନେଶ୍ବର (କେନ୍ୟୁଜ୍) : ୪ ମହିଳା ଓଡ଼ିଆ ହକି ଖେଳାଳିଙ୍କୁ ମିଳିବ ପୁରସ୍କାର । ୪ ଜଣଙ୍କୁ ଏକ କୋଟି ଲେଖାଏ ପୁରସ୍କାର ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଆଜି ଘୋଷଣା କରିଛନ୍ତି । ୪ ଓଡ଼ିଆ ଖେଳାଳି ସୁନୀତା ଲାକ୍ରା, ନମିତା ଟୋପ୍ପୋ, ଲିଲିମା ମିଞ୍ଜ ଓ ଦୀପଗ୍ରେସ୍ ଏକ୍କାଙ୍କୁ ପୁରସ୍କାର ଏହି ପୁରସ୍କାର ମିଳିବ । ଏହା ସହ ଭାରତୀୟ ମହିଳା ହକି ଟିମକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

୨୦ ବର୍ଷ ପରେ ଫାଇନାଲକୁ ପ୍ରବେଶ କରିଥିବା ହକି ଦଳ ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତିଛି । ସେହିପରି ଏସୀୟ କ୍ରୀଡ଼ାରେ ମେଡାଲ ଜିତିଥିବା ଖେଳାଳିଙ୍କ କୋଚ୍ଙ୍କୁ, ଖେଳାଳିଙ୍କ ପୁରସ୍କାର ରାଶିର ୨୦ ପ୍ରତିଶତ ଅର୍ଥ ପ୍ରଦାନ କରାଯିବ । ଭାରତୀୟ ହକି ଦଳର ପ୍ରାୟୋଜକ ଅଛନ୍ତି ରାଜ୍ୟ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.