ଶୋଇଥିବା ବେଳେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା, ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଘଟଗାଁ(କେନ୍ୟୁଜ): ଶୋଇଥିବା ବେଳେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା । ଘଟଣା ଘଟିଛି ଘଟଗାଁ ଥାନା ଗୋଧିରାମପଡ଼ା ଗାଁରେ । ରାମାଇ ମୁଣ୍ଡା ଓ ତାଙ୍କ ପତ୍ନୀ ଚମ୍ପା ମୁଣ୍ଡା ରାତିରେ ଘର ବାରଣ୍ଡାରେ ଶୋଇଥିଲେ । ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।.