Below header

ଲଘୁଚାପ ବର୍ଷା ପରେ ଫୁଲୁଛି ବୈତରଣୀ ନଦୀ, ଜିଲ୍ଲାର ତଳିଆ ଅ଼ଞ୍ଚଳ ଜଳମଗ୍ନ

ଭଦ୍ରକ(କେନ୍ୟୁଜ): ଉପର ମୁଣ୍ଡରେ ଲଘୁଚାପ ବର୍ଷା ପରେ ଫୁଲୁଛି ବୈତରଣୀ ନଦୀ। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସିଛି। ଭଦ୍ରକ ଜିଲ୍ଲାର ଆଖୁଆପଦାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ବର୍ତ୍ତମାନ ସେଠାରେ ୧୭ ଦଶମିକ ୯୨ ମିଟର ବନ୍ୟା ଜଳ ପ୍ରବାହିତ ହେଉଛି। ଆଖୁଆପଦାଠାରେ ବିପଦ ସଙ୍କେତ ରହିଛି ୧୭ ଦଶମିକ ୮୩ ମିଟର। ଗତ ଦୁଇ ଦିନ ହେବ ଆନନ୍ଦପୁର ଓ ଠାକୁରମୁଣ୍ଡାରେ ଅଧିକ ବର୍ଷା ହୋଇଥିଲା। ତେଣୁ ବୈତରଣୀରେ ଆସିଛି ବନ୍ୟା।

ଧାମନଗର ବ୍ଲକର ପ୍ରଧାନି, ସୋହଡା, କରଦା ଓ ଆନନ୍ଦପୁର ଆଦି ପ଼ଞ୍ଚାୟତର ଶହ ଶହ ହେକ୍ଟର ଚଷ ଜମିରେ ବନ୍ୟା ପାଣି ପଶିଛି। ସେହିପରି ପଧାନି-ସୋହଡା ମୁଖ୍ୟ ରାସ୍ତା ଉପରେ ବନ୍ୟା ପାଣି ଚାଲୁଛି। ସେହିପରି ଯାଜପୁରର ମଧ୍ୟ ବନ୍ୟା ସ୍ଥିତ ସୃୃଷ୍ଟି ହୋଇଛି। ବୈତରଣୀ ନଦୀରେ ପାଣି ବଢିବା ଫଳରେ ଜିଲ୍ଲାର ତଳିଆ ଅ଼ଞ୍ଚଳ ସବୁ ଜଳମଗ୍ନ ହୋଇଯାଇଛି। ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.