ପୁଣି ‘‘ତରିଫା’’ଗୀତରେ ଧୁମ୍‌ ମଚାଇଲେ କରୀନା ଓ ସୋନମ୍‌, ଭାଇରାଲ ହେଲା ଭିଡ଼ିଓ

ଟେଲିଭିଜନ୍‌ରେ ଡେବ୍ୟୁ କରିବା ପରଠାରୁ ଚର୍ଚ୍ଚାରେ ବେବୋ। ଛୋଟପରଦାରେ ପାଦ ଥାପିବା ପରେ ପ୍ରତି ସପ୍ତାହରେ କରୀନା କପୁରଙ୍କ କିଛି ନା କିଛି ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି। ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କରୀନା କପୁର ଖାନ୍‌ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଡ୍ୟାନ୍ସରେ ତାଙ୍କ ଏକ୍ସପ୍ରେସନ୍‌ ଦର୍ଶକଙ୍କୁ ସବୁଠାରୁ ଅଧିକ ପସନ୍ଦ ଆସିଛି। କରୀନାଙ୍କ ସହ ଏହି ଭିଡିଓରେ ସୋନମ୍‌ କପୁର ମଧ୍ୟ ଡ୍ୟାନ୍ସ କରୁଛନ୍ତି। ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଶୋକୁ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ପ୍ରମୋସନ୍‌ ପାଇଁ ଆସିଥିବା ବେଳେ ସୋନମ ଓ କରୀନା ଏହି ଡ୍ୟାନ୍ସ କରିଛନ୍ତି।

 

 

View this post on Instagram

 

Sonam’s reaction to Kareena’s goofiness is so cute 😂❤️

A post shared by Kareena Kapoor Khan Fanclub (@kareenafc) on

କରୀନା ଏହି ଡ୍ୟାନ୍ସ ଭିଡ଼ିଓକୁ ନିଜ ଫ୍ୟାନ୍‌ ପେଜ୍‌ରେ ସେୟାର କରିଛନ୍ତି। କରୀନା ଓ ସୋନମ୍‌ ଭିଡ଼ିଓରେ ‘‘ବୀରେ ଦି ୱେଡ଼ିଂ’’ର ତରିଫା ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଖୁବ୍‌ ଭାଇରାଲ ହେଉଛି। କରୀନା କପୁର ଏବେ ଡ୍ୟାନ୍ସ ରିୟାଲିଟି ଶୋ ‘‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’’ରେ ଜଜ୍‌ ଭାବେ କାର୍ଯ୍ୟ କରୁଛନ୍ତି।

 

 

View this post on Instagram

 

VEERE REUNION ✨👭💕

A post shared by Kareena Kapoor Khan Fanclub (@kareenafc) on

ତେବେ ଖୁବ୍‌ ଶୀଘ୍ର କରୀନା କପୁର ଅକ୍ଷୟ କୁମାରଙ୍କ ସହ ଗୁଡ଼ ନ୍ୟୁଜ୍‌ ଚଳଚ୍ଚିତ୍ରରେ ଏବଂ ଇରଫାନ୍‌ ଖାନ୍‌ଙ୍କ ସହ ଅଂଗ୍ରେଜୀ ମିଡିୟମ୍‌ରେ ମଧ୍ୟ ନଜର ଆସିବେ।

ଏହାସହ ପଢ଼ନ୍ତୁ: ଭୁଲ୍‌ରେ ପୁରୁଷ ଟଏଲେଟ୍‌ରେ ପଶିଯାଇଥିଲେ ଏହି ଅଭିନେତ୍ରୀ, ଆଉ ତା’ ପରେ

Leave A Reply

Your email address will not be published.