ଚାନ୍ଦବାଲି: ଟ୍ରେନ ଧକ୍କାରେ ୭୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ଚାନ୍ଦବାଲି: ଭଦ୍ରକ-ଧାମରା ରେଳପଥର ଛତ୍ରପଦା ନିକଟରେ ଥିବା ରେଳପଥରେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଥିବାର ଅଭିଯୋଗ ହୋଇଛି । ବୃଦ୍ଧର ଘର ବାଂଶଡା ଥାନା ହଳିଦିଆ ଗାଁରେ ହୋଇଥିବା ବେଳେ ତାଙ୍କ ନାମ ଗିରିଧାରୀ ନାଥ ଓ ବୟସ ୭୨ ବୋଲି ଜଣାପଡିଛି ।

ସୂଚନାନୁଯାୟୀ ରେଳଧାରଣା ପାର ହେବା ସମୟରେ ହଠାତ ବୃଦ୍ଧଙ୍କୁ ଛତ୍ରପଦା ନିକଟରେ ଟ୍ରେନଟି ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ବୃଦ୍ଧ ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଖବର ପାଇ ଘଣ୍ଟେଶ୍ୱର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.