Below header

ପଛପଟୁ ଧକ୍କା ଦେଲା ଗାଡ଼ି, ବୃଦ୍ଧଙ୍କ ମୃତ୍ୟୁ

ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲୁଣ୍ଡା ଗାଁ ନିକଟରେ ବିଦ୍ୟୁତ ବିଭାଗର ଏକ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲୁଣ୍ଡା ଗାଁ ନିକଟରେ ବିଦ୍ୟୁତ ବିଭାଗର ଏକ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ନିକଟସ୍ଥ ଗଜିନ୍ଦ୍ରା ଗ୍ରାମର ପର୍ଶୁରାମ ଡାକୁଆ । ସାଇକେଲ ଯୋଗେ ନିକଟସ୍ଥ ଗାଁକୁ ଯାଉଥିବା ବେଳେ , ପଛପଟୁ ସଂପୃକ୍ତ ଗାଡ଼ିଟି ଧକ୍କା ଦେଇଥିଲା ।

ଫଳରେ ଘଟଣା ସ୍ଥଳରୁ ପର୍ଶୁରାମଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ଭଂଜନଗର ମେଡିକାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ବେଲଗୁଣ୍ଠା ଥାନା ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.