ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟ ଅଭିଯୋଗ, ରାସ୍ତାରେ ଶବ ରଖି କ୍ଷତି ପୁରଣ ଦାବି   

ଵାଲେଶ୍ୱର ଜିଲ୍ଲା ଔପଦା ବନ ବିଭାଗ ଅଧୀନ ଗଡ଼ସାହି ପଂଚାୟତ ଭରଡ଼ା ଭାଟି ଗ୍ରାମର ରତ୍ନାକର ଲେଙ୍କା ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି l

ସୋରୋ : ଵାଲେଶ୍ୱର ଜିଲ୍ଲା ଔପଦା ବନ ବିଭାଗ ଅଧୀନ ଗଡ଼ସାହି ପଂଚାୟତ ଭରଡ଼ା ଭାଟି ଗ୍ରାମର ରତ୍ନାକର ଲେଙ୍କା ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି l ପ୍ରତିବାଦରେ ସ୍ଥାନୀୟ ଅଂଚଳବାସୀ ଔପଦା- ମୟୁରଭଞ୍ଜ ମୁଖ୍ୟ ରାସ୍ତାରେ ଶବ ରଖି ଆନ୍ଦୋଳନ କରିଛନ୍ତି l

ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି l ଔପଦା ତହସିଲଦାର ମିତାଲି ମଧୁ ଛନ୍ଦା ପାତ୍ର, ରେଞ୍ଜର ମନୋରଞ୍ଜନ ନାୟକ ଓ ଔପଦା ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ଘଟଣା ସ୍ଥଳରେ ପହଂଚିଥିବା ଜଣାଯାଇଛି l ମୃତ ରତ୍ନାକର ଲେଙ୍କା ସକାଳେ ପାହାଡ଼ ପାଖରେ ଥିବା ନିଜ ଜମିକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଶିକାର ହୋଇ ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକଙ୍କୁ ଠାରୁ ଜଣାଯାଇଛି l

ରତ୍ନାକର ଦିନ ୧ ଟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ଶେଷରେ ସନ୍ଧ୍ୟା ସମୟରେ ପାଖ ବିଲରେ ମୃତ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ l ଶତାଧିକ ଗ୍ରାମବାସୀ ସହ ସ୍ଥାନୀୟ ଅଂଚଳ ଲୋକମାନେ ମୃତ ଶବକୁ ଆଣି ଏହି ମୁଖ୍ୟ ରାସ୍ତାରେ ରଖି କ୍ଷତି ପୂରଣ ଦାବି କରି ରାସ୍ତା ଅବରୋଧ କରିଥିଲେ l ଫଳରେ ଦୁଇ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟିରେ ଯାନ ଓ ବାହାନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଥିବା ଦେଖା ଯାଇଥିଲା । ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.