Below header

ଗୋପୀନାଥ ମନ୍ଦିର ନିକଟରୁ ମିଳିଲା ବିରଳ ଗରୁଡ ପକ୍ଷୀ

ପୁରୀ ଚନ୍ଦନପୁର ପାଙ୍କଳ ଗୋପୀନାଥ ମନ୍ଦିର ନିକଟରୁ ମିଳିଲା ବିରଳ ଗରୁଡ ପକ୍ଷୀ । ଗ୍ରାମର କିଛି ପିଲା ଏକ ରାଲିରେ ଗ୍ରାମର ସଫେଇ କାର୍ଯ୍ୟ ପାଇଁ ଯାଇଥିବା ବେଳେ ଏହି ପକ୍ଷୀଟିକୁ ବୋବାଉଥିବାର ଦେଖିଥିଲେ ।

ପୁରୀ : ପୁରୀ ଚନ୍ଦନପୁର ପାଙ୍କଳ ଗୋପୀନାଥ ମନ୍ଦିର ନିକଟରୁ ମିଳିଲା ବିରଳ ଗରୁଡ ପକ୍ଷୀ । ଗ୍ରାମର କିଛି ପିଲା ଏକ ରାଲିରେ ଗ୍ରାମର ସଫେଇ କାର୍ଯ୍ୟ ପାଇଁ ଯାଇଥିବା ବେଳେ ଏହି ପକ୍ଷୀଟିକୁ ବୋବାଉଥିବାର ଦେଖିଥିଲେ । ସେଠି ଉପସ୍ଥିତ ଥିବା ଲୋକେ ଏହାକୁ ଗରୁଡ ପକ୍ଷୀ ବୋଲି କହିଥିଲେ । କେହି ଏହାକୁ ନେବାପାଇଁ ଇଛୁକ ନହେବାରୁ ତାକୁ ଜଣେ କିଶୋର ବୟସର ପିଲା ନିଜ ଘରକୁ ଆଣି ରଖିଛନ୍ତି । ଗ୍ରାମର ବାସିନ୍ଦାମାନେ ଏଭଳି ପକ୍ଷୀ ପୂର୍ବରୁ କେବେ ଦେଖିବାକୁ ପାଇନଥିବା ବେଳେ ଏହାକୁ କ୍ଷୀର ଦେଇ ସେ ଘରେ ଆଶ୍ରୟ ଦେଇଛନ୍ତି । ପକ୍ଷୀଟିକୁ ପାଇ ଖୁବ୍ ଖୁସି ବୋଲି ସେ କହିଛନ୍ତି । ତେବେ ବନ ବିଭାଗ ତରଫରୁ ଏନେଇ କୌଣସି ସୂଚନା ମିଳିପାରିନାହିଁ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.